Tue. Sep 29th, 2026

ଭଦ୍ରକ: କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଗାଡ଼ି ଉପରେ ଆକ୍ରମଣ

286 Views

ଭଦ୍ରକ: ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ତ ଛକରେ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି।

ବନ୍ତ ଛକ ଠାରେ ଥିବା ଏକ ଦୋକାନରୁ ଜଳଖିଆ ଖାଇବାକୁ ସେ ଯାଉଥିବା ବେଳେ ୫୦ ଅଧିକ ଅସାମାଜିକ ଯୁବକ ତାଙ୍କ ଗାଡ଼ି ଅଟକାଇ ଭଙ୍ଗାରୁଜା କରିଥିବା କଥା ସେ ଭଦ୍ରକରେ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ ଆହୁରି କହିଛନ୍ତି, ୮ ଘଣ୍ଟା ମଧ୍ୟରେ ନିର୍ବାଚନ ମଣ୍ଡଳୀ ଛାଡ଼ି ଚାଲି ନ ଗଲେ ତାଙ୍କୁ ହତ୍ୟା କରାଯିବ ବୋଲି ସେମାନେ ଧମକ ଦେଇଛନ୍ତି। ଶ୍ରୀ ଜ୍ଞାନେନ୍ଦ୍ର ଅଭିଯୋଗ କରିଛନ୍ତି କି ଅସାମାଜିକ ଯୁବକମାନେ ବିଜୁ ଜନତା ଦଳର ସମର୍ଥକ ଅଟନ୍ତି।ପୁଲିସ ଏସ୍‌କର୍ଟରେ ଭଦ୍ରକ ଅଣାଯାଇ ଜ୍ଞାନେନ୍ଦ୍ରଙ୍କୁ  ଏକ ହୋଟେଲ୍‌ରେ ରଖାଯାଇଛି।

By amfnews

Related Post