Fri. Jul 3rd, 2026

ଭଞ୍ଜନଗର: ମକର ସଂକ୍ରାନ୍ତିରେ ନାମ ସଂକୀର୍ତ୍ତନ ଦେଖିବାକୁ ଯାଉଥିବା ବେଳେ ଟ୍ରକ୍‌ ଦୁର୍ଘଟଣାରେ ଆଈ ମୃତ, ନାତି ଗୁରୁତର

259 Views

ଭଞ୍ଜନଗର, ଜାନୁଆରୀ ୧୪ :ମକର ସଂକ୍ରାନ୍ତି ଅବସରରେ ନାମ ସଂକୀର୍ତ୍ତନ ଦେଖିବାକୁ ସମ୍ପର୍କୀୟ ନାତି ସହିତ ଯାଉଥିବା ଜଣେ ମହିଳାଙ୍କର ଟ୍ରକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।ତାଙ୍କ ନାତି ମଧ୍ୟ ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଭଞ୍ଜନଗର କରଡ଼ାବଣି ଗ୍ରାମରେ ହେଉଥିବା ନାମଯଜ୍ଞ ଦେଖିବାକୁ ଆଜି ଖଦାଳୁଣି ପ୍ରଧାନ(୬୩ ବର୍ଷ) ନିଜ ସମ୍ପର୍କୀୟ ନାତି ଯୁଗ ଆଲଜିଆ(୪୩ ବର୍ଷ)ଙ୍କ ସହିତ ବାଇକ ଯୋଗେ ଯାଉଥିବା ବେଳେ ସେମାନଙ୍କୁ ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଲେମ୍ଭାରିଆ ଗାଁ ଛକ ନିକଟରେ ଏକ ଟ୍ରକ୍‌ ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଶ୍ରୀମତୀ ପ୍ରଧାନଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଭାବେ ଆହତ ଯୁଗଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାରସିଂ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post