Thu. Oct 1st, 2026

ଭଉଣୀ ଘରକୁ ବୁଲି ଆସିଥିଲେ, ଗଳା କାଟିଦେଲା ଦୁର୍ବୃତ୍ତ

294 Views

ଢେଙ୍କାନାଳ : ଭଉଣୀ ଘରକୁ ବୁଲିବାକୁ ଆସିଥିଲେ। ହସଖୁସିରେ କିଛି ଦିନ ରହିବା ପରେ ଫେରିଥାନ୍ତେ ଘରକୁ। ହେଲେ ଓଲଟିଗଲା ସବୁକିଛି।  ବିଳମ୍ବିତ ରାତିରେ ଘରୁ ବାହାରକୁ  ଆସିଥିବା ବେଳେ ଦୁର୍ବୃତ୍ତ ଗଳା କାଟିଦେଲେ । ଏବେ ଗୁରୁତର ଅବସ୍ଥାରେ ଯୁବତୀଜଣକ କଟକରେ ଚିକିତ୍ସିତ ହେଉଛନ୍ତି।

ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ଉଦଳିଆ ସାହିରେ। ଯୁବତୀଜଣଙ୍କ କିଛି ଦିନ ହେବ ଭଉଣୀ ଘର ଉଦଳିଆ ସାହିକୁ ଆସିଥିଲେ। ଗତକାଲି ବିଳମ୍ବିତ ରାତିରେ ସେ ବାହାରକୁ  ଉଠିଥିଲେ। ଏହି ସମୟରେ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଏହାପରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ  କାଟି ଦେଇଥିଲା। ଆକ୍ରମଣ କିଏ ଓ କାହିଁକି କଲା ସେ ନେଇ ପରିବାର ଲୋକେ ବି କିଛି ଜାଣି ନ ଥିବା କହିଛନ୍ତି।

ଯୁବତୀଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। କାମାକ୍ଷାନଗର ମେଡିକାଲ କର୍ତ୍ତୃପକ୍ଷ ଏନେଇ ପୁଲିସକୁ  ଜଣାଇଛନ୍ତି।

By amfnews

Related Post