Wed. Jul 1st, 2026
272 Views

ବଲାଙ୍ଗିର : ନିଜ ୧୨ ବର୍ଷର ଭଉଣୀକୁ ବଳି ଦେଇଥିବା ନେଇ ଭାଇ ନାଁରେ ସାଂଘାତିକ ଅଭିଯୋଗ ଆସିଛି। ଏହାକୁ ନେଇ ବଲାଙ୍ଗୀର ସିନ୍ଧେକେଲା ଥାନାଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଶହ ଶହ ଲୋକ ଥାନା ଘେରାଉ କରି ଅଭିଯୁକ୍ତ ବିରୋଧରେ ତୁରନ୍ତ ଦଣ୍ଡବିଧାନ ଦାବି କରିଛନ୍ତି।

ସ୍ଥାନୀୟ ସାଲେବରଟ ଗାଁରୁ ମୁସୁର ରଣାଙ୍କ ପୁଅ ଶୋଭବନ ଗତ ୫ ଦିନ ପୂର୍ବରୁ ବସ୍ ଷ୍ଟପ୍‌କୁ ଛାଡ଼ିବା ପାଇଁ ଭଉଣୀକୁ କହିଥିଲେ। ୧୨ ବର୍ଷର ଭଉଣୀ, ଭାଇ ଶୋଭବନକୁ ବସ୍ ଯାଏ ଛାଡ଼ିବାକୁ ଯାଇ ଆଉ ଫେରିନଥିଲା। ଘଟଣା ପରେ ଭାଇ ତାକୁ ବଳି ଦେଇଥିବା ନେଇ ଗାଁ ଲୋକେ ସନ୍ଦେହ କରିଥିଲେ। କାରଣ ଏହା ପୂର୍ବରୁ ମଧ୍ୟ ଜଣଙ୍କୁ ବଳି ଦେବା ଅଭିଯୋଗରେ ଜେଲ୍ ଯାଇ କିଛି ଦିନ ତଳେ ଜାମିନ୍‌ରେ ଆସିଥିଲା ଶୋଭବନ।

ତେବେ ଗାଁ ଲୋକଙ୍କଠୁ ଆକ୍ରମଣ ଆଶଙ୍କା କରି ଶୋଭବନ ଆଗୁଆ ଥାନାରେ ପହଞ୍ଚି ଯାଇଥିଲା। ପୁଲିସ୍ ଏବେ ତାକୁ ଅଟକ ରଖି ପଚରାଉଚରା କରୁଛି। ତେବେ ସ୍ଥାନୀୟ ଲୋକେ ଶୋବବନର ଗିରଫ ଦାବି କରି ଥାନା ଘେରାଉ କରିଛନ୍ତି। ଏପରିକି ଶତାଧିକ ଲୋକେ ଥାନା ପରିସରକୁ ଧସେଇ ପଶିବାକୁ ଉଦ୍ୟମ କରିବାରୁ ଉତ୍ତେଜନା ଦେଖାଦେଇଛି। ଅପରପକ୍ଷେ ନିଖୋଜ ନାବାଳିକାଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନି।

By amfnews

Related Post