Sun. May 24th, 2026

ବଡ଼ ଭାଇର ପୂରା ପରିବାରକୁ ସଫା କରିଦେଲା ସାନ ଭାଇ

256 Views

ବଣାଇ  : ଜମିବାଡ଼ି ଓ ଟଙ୍କାପଇସାକୁ ନେଇ ଜଣେ ବ୍ୟକ୍ତି ତାଙ୍କ ବଡ଼ ଭାଇଙ୍କ ପୂରା ପରିବାରକୁ ମାରି ଦେଇଥିବା ଅଭିଯୋଗ ହୋଇଛି। ଏ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗାଁରେ।

ମୃତକମାନେ ହେଉଛନ୍ତି- କାନ୍ଦେ ମୁଣ୍ଡା, ତାଙ୍କ ସ୍ତ୍ରୀ ସିମୁଳି ମୁଣ୍ଡା ଓ ସେମାନଙ୍କର ଦୁଇ ଶିଶୁ ମାମଲି ମୁଣ୍ଡା(୭) ଏବଂ ମାରା ମୁଣ୍ଡା (୫)। ଅଭିଯୁକ୍ତଙ୍କ ନାଁ କାଳୀ ମୁଣ୍ଡା। ସେ କାନ୍ଦେ ମୁଣ୍ଡାଙ୍କ ସାନ ଭାଇ।

ସୂଚନା ଅନୁଯାୟୀ, କାଳୀ ମୁଣ୍ଡା ତାଙ୍କ ବଡ଼ ଭାଇ କାନ୍ଦେ ମୁଣ୍ଡାଙ୍କ ମଧ୍ୟରେ ଜମିବାଡ଼ି ଓ ଟଙ୍କାପଇସାକୁ ନେଇ ପୂର୍ବରୁ ଗଣ୍ଡଗୋଳ ରହିଥିଲା। ଗତକାଲି ରାତିରେ କାଳୀ ଓ କାନ୍ଦେଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କାଳୀ ପ୍ରଥମେ କାନ୍ଦେ ମୁଣ୍ଡାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଏହାପରେ ତା’ ଭାଉଜ ଓ ତାଙ୍କ ଦୁଇ ଶିଶୁକୁ ହତ୍ୟା କରିଥିଲା। ଏହି ଘଟଣା ପରେ କାଳୀ ମୁଣ୍ଡା ଫେରାର୍ ହୋଇ ଯାଇଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏଥିସହ କାଳୀ ମୁଣ୍ଡାକୁ ଅଟକ ରଖି ପଚରାଉଚରା କରୁଛି।

By amfnews

Related Post