Wed. Sep 9th, 2026

ବଡ଼ଦାଣ୍ଡ ଫାଟି ମେଲିଗଲାଣି

219 Views

ପୁରୀ,ଅକ୍ଟୋବର, ୨୨ : ପୁରୀ ବଡଦାଣ୍ଡ ରାସ୍ତା ଫାଟି ମେଲିଗଲାଣି। ଏହି ରାସ୍ତାରେ ପ୍ରାୟ ୧୦ ଫୁଟ ଲମ୍ବର ଏକ ବିରାଟ ଫାଟ ସୃଷ୍ଟି ହୋଇଥିବା ବେଳେ ଏହି ଫାଟ ଧୀରେ ଧୀରେ ମେଲିବାରେ ଲାଗିଛି। ପୁରୀ ମେଡିକାଲ ଛକ ନିକଟରେ ସୃଷ୍ଟି ହୋଇଥିବା ଏହି ବିରାଟ ଫାଟ ଯୋଗୁ ବଡଦାଣ୍ଡ ଧସିବା ଭଳି ସ୍ଥିତି ଉପୁଜିଛି। ଏହି ଫାଟ ଦେଇ ପାଣି ସହିତ ଆବର୍ଜନା ପଶୁଛି।

ଗତ ରଥଯାତ୍ରା ସମୟରେ ତରବରିଆ ଭାବେ ଏଠା‌େର ତାଳିପକା କାମ କରାଯାଇଥିଲା। ନିମ୍ନମାନର କାମ ଯୋଗୁ ରାସ୍ତାଟି ପୁଣି ନଷ୍ଟ ହୋଇଯାଇଛି। ଗତ ନବକଳେବର ସମୟରେ ବଡଦାଣ୍ଡର ମରାମତି କାମ ‌େ‌ହାଇଥିଲା। ଏତେ କମ ଦିନ ଭିତରେ ରାସ୍ତା ଫାଟି ଆଁ କରିଥିବାରୁ କାମର ମାନକୁ ନେଇ ପ୍ରଶ୍ନ ଉଠିଛି। ତୁରନ୍ତ ମରାମତି କରାନଗଲେ ରାସ୍ତା ଧସିଯିବାର ଆଶଙ୍କା ଉପୁଜିଛି। ଏ ସଂପର୍କରେ ଜାତୀୟ ରାଜପଥ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ନାୟକଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, ଯଦି ଏଭଳି ହୋଇଥାଏ ତେବେ ରାସ୍ତାର ତୁରନ୍ତ ମରାମତି କରାଯିବ।

By amfnews

Related Post