Thu. Oct 8th, 2026

ବ୍ୟାଙ୍ଗ୍‌କକ୍‌ରେ ଏକାଧିକ ବିସ୍ଫୋରଣ ଯୋଗୁଁ ଦୁଇ ଆହତ

232 Views

ବ୍ୟାଙ୍କକ୍‌  : ଶୁକ୍ରବାର ଦିନ ବ୍ୟାଙ୍ଗ୍‌କକ୍‌ର ଅନ୍ୟୂନ ତିନିଟି ସ୍ଥାନରେ ଛୋଟ ଧରଣର ବିସ୍ଫୋରଣ ଘଟିଛି। ହାତ ତିଆରି ବୋମା ବୋଲି ଜଣାପଡୁଥିବା ଏହି ବିସ୍ଫୋରଣ ଯୋଗୁଁ ଦୁଇ ଜଣ ରାସ୍ତା ସଫେଇ କର୍ମଚାରୀ ଆହତ ହୋଇଛନ୍ତି।

ଥାଇ ପୁଲିସ କହିଛି ଯେ ସେମାନେ ବିସ୍ଫୋରଣର କାରଣ ସଂବନ୍ଧରେ ତଦନ୍ତ କରୁଛନ୍ତି। କେତେକ ବିସ୍ଫୋରଣ ଗୋଟାଏ ସରକାରୀ କାର୍ଯ୍ୟାଳୟରେ ଶୁଭିଥିଲା ବେଳେ ଅନ୍ୟଗୁଡ଼ିକ କେନ୍ଦ୍ରୀୟ ବ୍ୟାଙ୍ଗ୍‌କକ୍‌ ଅନ୍ୟୂନ ଦୁଇଟି ସ୍ଥାନରେ ଘଟିଛି।

ସଂପ୍ରତି ବ୍ୟାଙ୍ଗ୍‌କକ୍‌ ‘ଆସୋସିଏସନ୍‌ ଅଫ୍‌ ସାଉଥ୍‌ଇଷ୍ଟ୍‍ ଏସିଆନ୍‌ ନେସନ୍‌ସ’ (ଆସିଆନ୍‌) ବୈଦେଶିକ ମନ୍ତ୍ରୀମାନଙ୍କର ଆଞ୍ଚଳିକ ନିରାପତ୍ତା ବୈଠକ ଆୟୋଜନ କରୁଛି। ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍‌ ଏବଂ ରୁଷ୍‌ ଭଳି ବିଶ୍ୱଶକ୍ତିମାନଙ୍କରେ ଥିବା ସେମାନଙ୍କ ପ୍ରତିପକ୍ଷମାନେ ମଧ୍ୟ ଏଥିରେ ଯୋଗ ଦେବେ। ଗୁରୁବାର ଦିନ ମଧ୍ୟ ଏହି ବୈଠକ ସ୍ଥଳ ନିକଟରୁ ଦୁଇଟି ମିଛ ବୋମା ଉଦ୍ଧାର କରିଥିଲା। ଏ ବାବଦରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।  ବୈଠକକୁ ଦୃଷ୍ଟିରେ ରଖି ଏହି ବିସ୍ଫୋରଣ କରାଯାଉଛି କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

By amfnews

Related Post