Sun. Sep 20th, 2026

ବ୍ୟାଙ୍କ୍‌ରେ ମିଟିଙ୍ଗ୍‌ ଚାଲିଥିବା ସମୟରେ ଛାତରୁ ପଡ଼ିଲା ଅଜଗର.

339 Views

ନୂଆଦିଲ୍ଲୀ: ଆପଣ କେବେ ଶୁଣିଛନ୍ତି ବ୍ୟାଙ୍କରେ କର୍ମଚାରୀଙ୍କ ମିଟିଂ ଚାଲିଥିବା ସମୟରେ ଛାତରୁ ସାପ ପଡ଼ିବା ଘଟଣା। ଆଜ୍ଞା ହଁ ବାସ୍ତବରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ସବୁ ଦିନ ପରି ମିଟିଂ ଚାଲିଥିଲା, ମିଟିଂ ଚାଲିଥିବା ବେଳେ ହଠାତ ଛାତରୁ ଏକ ସାପ ପଡ଼ିଲା। ତା’ ପୁଣି ଥିଲା ଅଜଗର ସାପ। ଏହା ଦେଖି ଭୟରେ କର୍ମଚାରୀମାନେ ଏଣେତେଣ ଦୌଡ଼ି ପଳାଇଥିଲେ।

ଏମିତି ଏକ ଅଦ୍ଭୁତ ଘଟଣାଟି ଚୀନର ନୈନିଙ୍ଗ୍‌ସ୍ଥିତ ଇଣ୍ଡଷ୍ଟ୍ରିଆଲ୍‌ ଆଣ୍ଡ୍‌ କମର୍ସିଆଲ୍‌ ବ୍ୟାଙ୍କରେ ଘଟିଛି। କୁହାଯାଉଛି କି, ଜଣେ ମହିଳା କର୍ମଚାରୀଙ୍କ ପାଖରେ ସାପଟି ପଡ଼ିଥିଲା। ଏହି ଅଜଗରର ଲମ୍ବ ୫ ଫୁଟ ଓ ୫କିଲୋ ଓଜନା ଥିବା ବୋଲି ଜଣାପଡ଼ିଛି। ଅଫିସରୁ ଅଜଗର ବାହାରିବା ନେଇ ତୁରନ୍ତ ଓ୍ଵାଇଲଡ୍‌ ଲାଇଫ୍‌ର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅଜଗରକୁ ଉଦ୍ଧାର କରଥିଳେ। ଏହି ଘଟଣାର ୧୧ ସେକେଣ୍ଡର ଏକ ଭିଡିଓ ସାମ୍ନାକୁ ଆସିବା ପରେ ତାହା ଚୀନ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

By amfnews

Related Post