Thu. Jun 11th, 2026
315 Views

ଭୁବନେଶ୍ୱର : ଆର୍‌କେଡି କନଷ୍ଟ୍ରକସନ୍‌ର ପ୍ରତିଷ୍ଠାତା, ହୋଟେଲ ‘ଦି କ୍ରାଉନ୍‌’ର ସିଏମ୍‌ଡି ରୋହିତ କୁମାର ଦାସଙ୍କର ଶନିବାର ରାତି ୧୦ଟା ୫୦ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ଯାଇଥିବା ଶ୍ରୀ ଦାସଙ୍କର ଫୁସ୍‌ଫୁସ୍‌ ସଂକ୍ରମଣ ହୋଇଯାଇଥିବାରୁ ତାଙ୍କୁ ଶନିବାର ଏୟାର ଆମ୍ବୁଲାନ୍ସରେ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କୁ ୬୪ବର୍ଷ ହୋଇଥିଲା। ଆଜି ତାଙ୍କର ମରଶରୀରକୁ ଚେନ୍ନାଇରୁ ଭୁବନେଶ୍ବର ଅଣାଯାଇଛି।

ସୋମବାର ସ୍ବର୍ଗତ ଦାସଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ସ୍ବର୍ଗତ ଦାସଙ୍କର ପତ୍ନୀ ବନମିତ୍ରା, ପୁତ୍ର ରୋହନ ଓ ଦୁଇ ଝିଅ ରୁଚି ଏବଂ ରିତୁ ଅଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ବଟିରାରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ଦାସ ଆର୍‌କେଡି ନାମରେ ପରିଚିତ ଥିଲେ। ତାଙ୍କ ସଂସ୍ଥା‌ ଆର୍‌କେଡି କନଷ୍ଟ୍ରକସନ୍‌ ଦୀର୍ଘ ୪ଦଶନ୍ଧି ହେଲା ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ଆସାମ ଆଦି ରାଜ୍ୟରେ ଜାତୀୟ ରାଜପଥ ପ୍ରକଳ୍ପ ସମେତ ବିଭିନ୍ନ ରାଜ୍ୟ ସରକାରଙ୍କର ପ୍ରକଳ୍ପ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ବିଭିନ୍ନ ଘରୋଇ ଶିଳ୍ପ ସଂସ୍ଥାର ପ୍ରକଳ୍ପ କାମ କରିଛି। ଭୁବନେଶ୍ବରରେ ଏବେ ସ୍ମାର୍ଟ ଜନପଥ ଓ ଖଣ୍ଡଗିରି ଫ୍ଲାଏଓଭର ପ୍ରକଳ୍ପ ନିର୍ମାଣାଧୀନ ଅଛି।

By amfnews

Related Post