Fri. Oct 16th, 2026

ବ୍ରେକ୍‌ଅପ୍‌ପରେ ପୂର୍ବତନ ପ୍ରେମିକାର ଅଶ୍ଳୀଳ ଭିଡିଓ ପର୍ଣ୍ଣସାଇଟ୍‌ରେ ଅପଲୋଡ୍‌ କଲା ଯୁବକ

344 Views

ମୁମ୍ବାଇ: ମୁମ୍ବାଇ ପୁଲିସ ଜଣେ ୨୨ ବର୍ଷୀୟ ଯୁବକକୁ ନିଜର ପୂର୍ବତନ ପ୍ରେମିକାର ଅଶ୍ଳୀଳ ଭିଡିଓ ରେକର୍ଡ କରିବା ଓ ତା’କୁ ପର୍ଣ୍ଣସାଇଟ୍‌ରେ ଅପ୍‌ଲୋଡ କରିବା ଅଭିଯୋଗରେ ଗିରଫ କରିଛି। ଉଭୟଙ୍କର ଶାରୀରିକ ସଂପର୍କର ଭିଡିଓର ରେକର୍ଡିଂ କରିଥିଲା। ଅଭିଯୋଗ ଅନୁଯାୟୀ ଏଦୁହିଁଙ୍କର ବ୍ରେକଅପ୍‌ ହେବା ପରେ ରାଗରେ ପ୍ରେମିକ ପର୍ଣ୍ଣସାଇଟ୍‌ରେ ସେହି ଭିଡିଓକୁ ଅପଲୋଡ୍‌ କରିଥିଲେ।

ପ୍ରେମିକାଜଣକ ଜାଣି ନଥିଲେ ଯେ ପ୍ରେମିକ ସହିତ ତାଙ୍କର ଭିଡିଓ ରେକର୍ଡ ହେଉଛି। ଏପରିକି ସେ ପର୍ଣ୍ଣ ସାଇଟ୍‌ରେ ନିଜର ଭିଡିଓ ଅପ୍‌ଲୋଡ ହୋଇଥିବା ମଧ୍ୟ ଜାଣି ନଥିଲେ। ଯେତେବେଳେ ଏ ସଂପର୍କରେ ସେ ସୂଚନା ପାଇଲେ,ସେତେବେଳେ ତାଙ୍କ ପାଦତଳର ମାଟି ଖସିଯାଇଥିଲା। ପୀଡିତା ଅଭିଯୁକ୍ତକୁ ଏସଂପର୍କରେ ପଚାରିବା ବେଳେ ସେ ମନା କରି ଦେଇଥିଲା। ତା’ପରେ ପୀଡିତା ବାଧ୍ୟ ହୋଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଥିଲା। ତା’କୁ ଗୁରୁବାର ଦିନ କୋର୍ଟରେ ପେଶ୍‌ କରିଥିଲେ। ପୁଲିସ ତଦନ୍ତ ସମୟରେ ଜାଣିପାରିଛି ଯେ ଏହି କାଣ୍ଡରେ ଆହୁରି କେତେକ ମଧ୍ୟ ସାମିଲ୍‌ ଅଛନ୍ତି।

By amfnews

Related Post