Wed. Sep 30th, 2026

ବ୍ରାଉନ୍‌ସୁଗାର ଜବତ, ବ୍ୟବସାୟୀ ଗିରଫ

329 Views

ଭୁବନେଶ୍ବର  : ମଞ୍ଚେଶ୍ବର ଥାନା ପୁଲିସ ଜଣେ ବ୍ରାଉନ୍‌ସୁଗାର ବେପାରୀକୁ ଗିରଫ କରିବା ସହ ୬.୬ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଛି। ସେ ହେଲା ନୟାଗଡ଼ ଜିଲ୍ଲା ଶରଣକୁଳ ଅଞ୍ଚଳର ଜଗନ୍ନାଥ ମହାପାତ୍ର ଓରଫ ମିଥୁନ୍‌(୨୮)। ସେ ଏଠାରେ ପଳାସୁଣୀ ମୁଣ୍ଡାବସ୍ତିରେ ରୁହେ। ଦୀର୍ଘଦିନ ହେବ ମିଥୁନ୍ ସ୍ଥାନୀୟ ଅଞ୍ଚଳରେ ବ୍ରଉନ୍‌ସୁଗାର କାରବାର କରୁଥିଲା। ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ମଞ୍ଚେଶ୍ବର ଶ୍ରୀରାମବସ୍ତି ସାଇମନ୍ଦିର ନିକଟରେ ଜଣେ ଗ୍ରାହକକୁ ବ୍ରାଉନ୍‌ସୁଗାର ଦେବା ପାଇଁ ଆସଥିବା ପୁଲିସ ଖବର ପାଇଥିଲା। ମଞ୍ଚେଶ୍ବର ଥାନା ପୁଲିସର ଏକ ଟିମ୍‌ ସେଠାରେ ପହଞ୍ଚି ମିଥୁନ୍‌କୁ କାବୁ କରିବା ସହ ବ୍ରାଉନ୍‌ସୁଗାର ଜବତ କରିଥିଲା। ଥାନାକୁ ଆଣି ପଚରା ଉଚରା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ପ୍ରକାଶ ଥାଉ କି, ପୂର୍ବରୁ ମିଥୁନ୍‌ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି।

By amfnews

Related Post