Tue. Sep 8th, 2026

ବ୍ରହ୍ମପୁର: ପୁଲିସ ଏନକାଉଣ୍ଟରରେ ୨ ଅଭିଯୁକ୍ତ ଗୁରୁତର, ୨ ପିସ୍ତଲ , ଗୁଳି, କାର ସହିତ ନଗଦ ଟଙ୍କା ଜବତ

428 Views

ବ୍ରହ୍ମପୁର: ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଞ୍ଚଳରେ ପୁଲିସ ଏନକାଉଣ୍ଟରରେ ଦୁଇଜଣ ଅପରାଧୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଛି। ସେମାନଙ୍କୁ ବ୍ରହ୍ମପୁର ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତମାନଙ୍କ ଠାରୁ ୨ଟି ପିସ୍ତଲ, ୪ଟି ଅଫୁଟା ଗୁଳି, ଦେଢ଼ ଲକ୍ଷ ଟଙ୍କା ଓ ଗୋଟିଏ ସ୍ୱିଫ୍ଟ କାର ଜବତ କରାଯାଇଛି।

ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ଚମାଖଣ୍ଡି ପେଟ୍ରୋଲ ପମ୍ପ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଞ୍ଚଳର ମନୋଜ ସାହୁ ଓ ଖୋର୍ଦ୍ଧା ଜିଲ୍ଲା କାଇପଦର ଗ୍ରାମର ବିଶ୍ୱଜିତ ବାରିକ ଓରଫ ମୁନା ଏକ ସ୍ୱିଫ୍ଟ କାର ଯୋଗେ ଚମଖଣ୍ଡି ଥାନା ଅନ୍ତର୍ଗତ କଣମନା ଗାଁ ନିକଟରେ ଯାଉଥିବା ବେଳେ ରାତି ପ୍ରାୟ ୨ଟା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ମାତ୍ର ସେମାନେ ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ପାଲଟା ଗୁଳି ଚଳାଇବାରୁ ସେମାନଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ପରେ ସେମାନଙ୍କୁ ଗିରଫ କରି ପୁଲିସ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛି।

Curtsy: Sambad

By amfnews

Related Post