Sat. Sep 26th, 2026
228 Views

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଫୁଫଗା ସିର୍ଲିଗୁଡ଼ା ରାସ୍ତା କଡ଼ରେ ଥିବା ଖଜୁରୀ ଗଛ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବ୍ରଜେଶ ମାଝୀ। ତାଙ୍କ ଘର କେସିଙ୍ଗା ସହରରେ। ବ୍ରଜେଶଙ୍କ ମୃତଦେହ ପାଖରେ ଏକ ବାଇକ୍‌ ପଡ଼ିଥିଲା। ତେବେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ସ୍ପଷ୍ଟ ହୋଇ ନାହିଁ।

ଆଜି ସକାଳେ ରାସ୍ତା କଡ଼ରେ ଥିବା ଖଜୁରୀ ଗଛ ନିକଟରେ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି କୋକସରା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ତା’ ସହିତ ଘଟଣାର ଖୋଳତାଡ଼ ଜାରି ରଖିଛି।

By amfnews

Related Post