Fri. Jul 3rd, 2026

ବ୍ରଜରାଜନଗର: ଯୁବତୀଙ୍କୁ ପାଦରେ ଦଳି ଦେଲା ହାତୀ

304 Views

ବ୍ରଜରାଜନଗର, ଡିସେମ୍ବର ୨୪ : ଆଜି ସକାଳେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଲୁଇସିଂ ପଞ୍ଚାୟତର ବଘିଆବେର୍ଣ୍ଣା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ରାତିରେ ଶୋଇଥିବା ଜଣେ ଯୁବତୀ ଆଜି ସକାଳୁ ଉଠି ଘର ବାହାରକୁ ଆସିବା ମାତ୍ରେ ତାଙ୍କୁ ଏକ ହାତୀ ପାଦରେ ଦଳି ମାରି ଦେଇଛି। ଏହାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସହିତ ବନବିଭଗ ଓ ପୁଲିସ ଗାଁରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଲୁଇସିଂ ପଞ୍ଚାୟତର ବଘିଆବେର୍ଣ୍ଣା ଗାଁ ଭାରତୀ ଖଡିଆ(୨୩ ବର୍ଷ) ଆଜି ସକାଳୁ ବିଛଣାରୁ ଉଠି ମୁହଁ ଧୋଇବାକୁ ବାହାରକୁ ଆସିଥିଲେ। ସେହି ସମୟରେ ହଠାତ ଏକ ହାତୀ ସେଠାରେ ପହଞ୍ଚି ଭାରତୀଙ୍କୁ ଶୁଣ୍ଢରେ ଟାଣି ନେଇ ପାଦରେ ଦଳି ଦେଇଥିଲା। ଏ ସମ୍ପର୍କରେ ସୂଚନା ପାଇ ଶହଶହ ସଂଖ୍ୟାରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନ ଆରମ୍ଭ କରିଛନ୍ତି। ମୃତ ଭାରତୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହିତ ହାତୀ ଘଉଡ଼ାଇବା ପାଇଁ ବନବିଭରଗ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

By amfnews

Related Post