Thu. Oct 15th, 2026

ବୌଦ୍ଧ: ଡବଲ ମର୍ଡର ଘଟଣାରେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀଙ୍କ ମୃତ୍ୟୁ

390 Views

ମିଳିଥିବା ସୂଚନା ଅନୁଯାୟୀ, ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଗୋଧନେଶ୍ୱର ଗ୍ରାମର କାମପାଳ ଖମାରୀ ( ୮୪ ବର୍ଷ) ଗତ ୨୦୦୧ ମସିହାରେ ଦୁଇଜଣଙ୍କ ମୁଣ୍ଡକାଟ କରି ହତ୍ୟା କରିଥିଲେ। ଏହି ଘଟଣାରେ ତାଙ୍କୁ ନିମ୍ନ ଅଦାଲତ ଫାଶୀଦଣ୍ଡ ରେ ଦଣ୍ଡିତ କରି ଥିଲେ। ତେବେ ମାନବ୍ୟର ସୁପ୍ରିମକୋର୍ଟ ତାଙ୍କ ଫାଶୀଦଣ୍ଡାଦେଶକୁ କୋହଳ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତେଣୁ ସେ ବିଭିନ୍ନ ଜେଲରେ ସେହି ଦିନରୁ ସଜା କାଟି ଆସୁଥିଲେ। ତେବେ ୨୦୧୬ ମସିହାରୁ ସେ ବୌଦ୍ଧ ସବ୍‌ଜେଲରେ ରହୁଥିଲେ। ତେବେ ଦେହ ଖରାପ ଥିବାରୁ ଡିସେମ୍ବର ୫ ତାରିଖରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସେ ସୁସ୍ଥ ହୋଇ ଫେରିଥିଲେ। ଆଜି ପୁଣି ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମେଡିକାଲ ନିଆଯାଉଥିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ସହକାରୀ କାରାପାଳ ତରଣୀସେନ ଦେହୁରୀ କହିଛନ୍ତି।

By amfnews

Related Post