Fri. Jul 3rd, 2026

ବୋଫର୍ସ ମାମଲାରେ ସିବିଆଇ ସମନ ପାଇତିବା ଅଧିକାରୀଙ୍କ ରହସ୍ୟଜନକ ମୃତ୍ୟୁ

314 Views

ଜବଲପୁର: ସେନା ପକ୍ଷରୁ ଭାରତରେ ତିଆରି ହେଉଥିବା ବୋଫର୍ସ କମାଣରେ ଚୀନ ନିର୍ମିତ ଯନ୍ତ୍ରାଂଶ ଯୋଗାଣ ସଂକ୍ରାନ୍ତୀୟ ଏକ ଅଭିଯୋଗରେ ସିବିଆଇ ଠାରୁ ତଦନ୍ତ ପାଇଁ ସମନ ପାଇଥିିବା ଗନ କ୍ୟାରିଏଜ୍‌ ଫ୍ୟାକ୍ଟ୍ରିର ଜୁନିୟର ଓ୍ଵାର୍କସ ମାନେଜର ଏସ ସି କଥୁଆଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଛି। ଏକ ଡ୍ରେନ୍‌ରୁ ଶ୍ରୀ କଥୁଆଙ୍କ ଗଳିତ ମୃତଦେହ ମିଳିଥିବା ବେଳେ ତାଙ୍କ ମୃତଦେହ ନିକଟରୁ ଏକ ରକ୍ତଲଗା ବ୍ଲେଡ୍‌ ଜବତ କରାଯାଇଛି। ଗତ ଜାନୁଆରି ମାସ ୧୭ ତାରିଖରେ ସିବିଆଇ ଠାରୁ ସମନ ପାଇବା ପରେ ଶ୍ରୀ କଥୁଆ ନିଖୋଜ ଥିଲେ।
୪୫ ବର୍ଷୀୟ ଶ୍ରୀ କଥୁଆଙ୍କ ମୃତଦେହ କାରଖାନାର ସେକ୍ସନ-୨ ପଛପଟୁ ଏକ ଡ୍ରେନ୍‌ରୁ ଉଦ୍ଧାର କରାଯାଇଛିି। ମୃତଦେହଜବତ କରି ପୁଲିସ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ ଗତ ୧୭ ତାରିଖରୁ ଶ୍ରୀ କଥୁଆ ନିଖୋଜ ହେବା ପରେ ତାଙ୍କ ପତ୍ନୀ ମୌସୁମୀ କଥୁଆ ତାଙ୍କ ସ୍ୱାମୀ ଶ୍ରୀ କଥୁଆଙ୍କ ନିଖୋଜ ସମ୍ପର୍କରେ ମଧ୍ରପ୍ରଦେଶ ଜବଲପୁରର ଘମପୁର ଥାନାରେ ଅଭିଯୋଗ କରିଥିଲେ। ତେବେ ରହସ୍ୟଜନକଭାବେ ତାଙ୍କ ମୃତଦେହ ମିଳିବା ଓ ସେଠାରୁ ରକ୍ତଲଗା ବ୍ଲେଡ୍‌ ଉଦ୍ଧାର ହେବା ପର ଶ୍ରୀ କଥୁଆଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଅଭିଯୋଗ କରିଛନ୍ତି।
ପ୍ରକାଶ ଥାଉକି, ପୂର୍ବରୁ ସିବିଆଇ ସାମରିକ ବିଭାଗ ଦ୍ୱାରା ପ୍ରସ୍ତୁତ ବୋଫର୍ସ କମାଣ ନିର୍ମାଣ ପାଇଁ ଚୀନ ନିର୍ମିତ ଶସ୍ତା ଯନ୍ତ୍ରାଂଶ ଯୋଗାଣ ନେଇ ଗନ କ୍ୟାରିଏଜ ଫ୍ୟାକ୍ଟ୍ରିର ଜଣେ କମଚାରୀଙ୍କୁ ଗିରଫ କରି ସାରିଛି।

By amfnews

Related Post