Thu. Jul 23rd, 2026

ବେସାହାରାଙ୍କ ଅନ୍ତ୍ୟେଷ୍ଟି କଲେ କିନ୍ନରବେସାହାରାଙ୍କ ଅନ୍ତ୍ୟେଷ୍ଟି କଲେ କିନ୍ନର

340 Views

ବ୍ୟାସନଗର , ଡିସେମ୍ବର ୧: ଆଜିର ବସ୍ତୁବାଦୀ ଦୁନିଆରେ ନିଜ କଥା ବୁଝିବାକୁ ଲୋକଙ୍କ ନିକଟରେ ସମୟ ନଥିବାବେଳେ ମଣିଷ ପଣିଆର ନିଆରା ନିଦର୍ଶନ ଦେଖାଇଛନ୍ତି କିନ୍ନର। ଜଣେ ଅସହାୟଙ୍କ ମୃତ୍ୟୁ ପରେ ଘରେ କାନ୍ଧ ଦେବାକୁ କେହି ନଥିବାବେଳେ ବେସାହାରା ବିଧବାଙ୍କ ନିକଟରେ ଦେବଦୂତ ସାଜି ସହୃଦୟତାର ହାତ ବଢ଼ାଇବାସହ ସ˚ପୃକ୍ତ ମୃତ ବ୍ୟକ୍ତିଙ୍କ ଶବ ସ˚ସ୍କାର କରିଛନ୍ତି କିନ୍ନର। ଏଥି ସହିତ ସ˚ପୃକ୍ତ ମୃତ ବ୍ୟକ୍ତିଙ୍କ ୬ ବର୍ଷର ପୁଅ ଓ ବିଧବା ପତ୍ନୀଙ୍କ ଶୁଦ୍ଧିକ୍ରିୟା ପାଇଁ ୫ ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ୟାସନଗର ପୌର ପରିଷଦର ୨ ନମ୍ବର ୱାର୍ଡ ପନାସିଆ ଗ୍ରାମରେ। ମିଳିଥିବା

ସୂଚନା ଅନୁଯାଇ ମୟୁରଭଞ୍ଜ ଜିଲାରୁ କାଳୀ ଚରଣ ମୁର୍ମୁ ନାମକ ଜଣେ ବ୍ୟକ୍ତି ଆସି ପନାସିଆରେ ଭଡାରେ ରହି ଶ୍ରମିକଭାବେ ଏଣେ ତେଣେ କାମ କରୁଥିଲା। ଦୀର୍ଘ ଦିନ ଧରି ଶରୀର ଅସୁସ୍ଥ ରହିଥିବାବେଳେ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ନପାଇ ୩୬ ବର୍ଷ ବୟସରେ ଅକାଳରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ପରେ ଏଠାରେ ତାଙ୍କର ନିଜର ଲୋକ କେହି ନଥିବାରୁ ମୁଣ୍ତରେ ହାତ ଦେଇ ପତ୍ନୀ ଅନ୍ନପୂର୍ଣ୍ଣା ବସିଥିବାବେଳେ ଯାଜପୁର ଜିଲା କିନ୍ନର ସ˚ଘର ସଭାପତି କାଜଲ ନାୟକ, ସ˚ପାଦକ ଲଭଲି ସାହୁ, ଚିନୁ ସାହୁ, ରୋଶନ, କୁମକୁମ, ବେବି, କୁନି, ରାନୀଙ୍କ ସମେତ ବହୁ କିନ୍ନର ସେଠାରେ ପହ˚ଚି ଶବ ସତ୍କାର ପାଇଁ ଆଗେଇ ଆସଥିଲେ

By amfnews

Related Post