Tue. Oct 6th, 2026

ବେପରୁଆ ଗାଡ଼ି ଚାଳନା: ଦିନକରେ ୧୬୩ ଜଣ ଦେଲେ ଜରିମାନା

315 Views

ଭୁବନେଶ୍ୱର: ବେପରୁଆ ଭାବେ ବାଇକ୍‌ ଚଳାଇ ଆଜି ତଣ୍ଡ ଗଣିଛନ୍ତି ୧୬୩ ବାଇକ୍‌ ଆରୋହୀ। ଫୁଟପାଥ୍‌ରେ ଓ ରାସ୍ତାର ବିପରୀତ ଦିଗରେ ବାଇକ ଚଳାଉଥିବା ଚାଳକଙ୍କଠାରୁ ଏହି ଜରିମାନା ଆଦାୟ କରାଯାଇଛି। ବେପରୁଆ ଭାବେ ଗାଡ଼ି ଚଳାଇ ଅନ୍ୟମାନଙ୍କୁ ସମସ୍ୟାରେ ପକାଉଥିବା ଓ ଟ୍ରାଫିକ୍‌ ନିୟମକୁ ଖୋଲା ଉଲ୍ଲଂଘନ କରୁଥିବା ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି ନିର୍ଦେଶ ଦେଇଛନ୍ତି।

ଏହା ପରେ ଟ୍ରାଫିକ୍‌ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆଜି ନାଲ୍‌କୋ ଛକ, ରେଳକୁଞ୍ଜ, ତନିସ୍କଠାରେ ଟ୍ରାଫିକ୍‌ ପୁଲିସର ୩ଟି ଟିମ୍‌ ଏକାବେଳକେ ଚଢ଼ଉ କରିଥିଲେ। ଆଜି ଗୋଟିଏ ଦିନରେ ପାଖାପାଖି ୧୬୩ ଜଣଙ୍କଠାରୁ ଫାଇନ୍‌ ଆଦାୟ କରାଯାଇଛି। ଆଗାମୀ ଦିନରେ ଏଭଳି ଚଢ଼ଉ ବ୍ୟାପକ ହେବ ବୋଲି ପୁଲିସ କମିସନର୍‌ ଶ୍ରୀ ମହାନ୍ତି କହିଛନ୍ତି। ସେହିପରି ଯେଉଁ ସବୁ ବାଇକ୍‌ରେ ଅନ୍ୟ ସାଇଲେନ୍ସର ଲଗାଇ ବିକଟାଳ ଶବ୍ଦ ବାହାର କରୁଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଆଜି ପାଖାପାଖି ଏହିଭଳି ୬ ବାଇକ୍‌ ଜବତ ହୋଇଛି।

By amfnews

Related Post