Tue. Sep 29th, 2026

ବେତନଟୀ ଶୌଚାଳୟ ନିର୍ମାଣ ଦୁର୍ନୀତିର ଭିଜିଲାନ୍‌ସ୍‌ ତଦନ୍ତ ଆରମ୍ଭ

470 Views

ବେତନଟୀ  : ବୁଧବାର ପୂର୍ବାହ୍ନରେ ମୟୂରଭଞ୍ଜନ ଭିଜିଲାନ୍‌ସ୍‌ ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ତଦନ୍ତକାରୀ ଦଳ ଶୌଚାଳୟ ନିର୍ମାଣରେ ହୋଇଥିବା ଦୁର୍ନୀତିର ତଦନ୍ତ ଆରମ୍ଭ କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଳକ୍‌ ଅନ୍ତର୍ଗତ ପୁରିନ୍ଦା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ସ୍ୱଚ୍ଛ ଭାରତ ଅଭିଯାନ ପ୍ରକଳ୍ପରେ ଭୁରୁକୁଣ୍ଡି ଗ୍ରାମର ‘ମା ତାରିଣୀ ସ୍ୱୟଂସହାୟକ ଗୋଷ୍ଠୀ’ ଶୌଚାଳୟ ନିର୍ମାଣ ପାଇଁ ଠିକା ନେଇଥିଲା। ଶୌଚାଳୟ ନିର୍ମାଣ ବାବଦରେ ସ୍ୱୟଂସହାୟକ ଗୋଷ୍ଠୀଙ୍କ ଆକାଉଣ୍ଟ୍‌କୁ ବେତନଟୀ ବିଡିଓଙ୍କ ଆର୍ଥିକ ଡଙ୍ଗଲ୍‌ରୁ ମୋଟ୍‌ ୫୨ ଲକ୍ଷ ୮ ହଜାର ଟଙ୍କା ଯାଇଥିଲା, ଶୌଚାଳୟ ନିର୍ମାଣ ବାବଦ ପ୍ରାପ୍ୟ ଠାରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଅଧିକ।

ଅଭିଯୋଗ ହେବା ପରେ ଓ ଏ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ୮ ଜଣିଆ ତଦନ୍ତକାରୀ ଦଳ ଏହାର ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ। ରିପୋର୍ଟ ପାଇବା ପରେ ମୟୂରଭଞ୍ଜ ଜିଲ୍ଲାପାଳ ଭିଜିଲାନ୍‌ସ୍‌କୁ ଏହି ମାମଲାର ତଦନ୍ତ ଦାୟିତ୍ୱ ଅର୍ପଣ କରିଛନ୍ତି।

By amfnews

Related Post