Tue. Sep 22nd, 2026

ବେଆଇନ ଗୋରୁ ଚାଲାଣ: ୬ଟି ଗାଡ଼ି ଭଙ୍ଗାରୁଜା ସହ ଗୋଟିଏ ଗାଡି ପୋଡିଦେଲେ, ୧୨୦ ଗୋରୁ ଉଦ୍ଧାର

347 Views

ଭଦ୍ରକ, ସେପ୍ଟେମ୍ବର ୩୦ :  ଭଦ୍ରକରେ ବେଆଇନ ଗୋରୁ ଚାଲାଣକୁ ନେଇ ଉତ୍ତେଜନା ଦେଖାଯାଇଛି। ଆଖଣ୍ଡଳମଣି ଅସୁରାଳି ବଜାରରେ ୭ଟି ଗୋରୁ ବେଝେଇ ଗାଡ଼ି ଜବତ ହୋଇଥିବା ବେଳେ ୧୨୦ରୁ ଅଧିକ ଗୋରୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ଉତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ ଗୋଟିଏ ଗାଡିରେ ନିଆଁ ଲଗାଇ ଦେଇଛନ୍ତି । ସେହିପରି ଅନ୍ୟ ସବୁ ଗାଡି ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ସେଠାରେ ୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

ପ୍ରାପ୍ତ ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ଧୁଷୁରୀ ଥାନା କନ୍ଦରପାଟିଆ ଗ୍ରାମରୁ ୭ଟି ପିକଅପ ଭ୍ୟାନରେ ୧୨୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗ ଚୋରା ଚାଲାଣ କରାଯାଉଥିଲା। ଏ ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ଗ୍ରାମବାସୀମାନେ ରାସ୍ତାକୁ ଆସି ଗାଡ଼ି ଗୁଡିକୁ ଅଟକାଇଥିଲେ। ସେତେବଳକୁ ଶ୍ୱାସରୁଦ୍ଦ ହୋଇ ୨ ଗୋରୁଙ୍କର ମୃତ୍ୟୁ ହୋଇସାରିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଲୋକମାନେ ସମସ୍ତ ୭ଟି ଗାଡିରୁ ଜୋର ଜବରଦସ୍ତ ଗୋରୁଙ୍କୁ ଫିଟାଇ ଦେଇ ଭଙ୍ଗାରୁଜା କରିବା ସହ ଗୋଟିଏ ଗାଡିରେ ନିଆଁ ଲଗାଇ ଦେଇଥିଲେ। ସେଠାରେ ଅନେକ ସମୟ ଧରି ଉତ୍ତେଜନା ଲାଗି ରହିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିଛି। ପୋଲିସ ସହାୟତାରେ ସମସ୍ତ ଗୋରୁଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଛି ।

By amfnews

Related Post