Sat. May 23rd, 2026

ବେଆଇନ୍‌ ବାଲି ଚାଲାଣ, ୪ ଟ୍ରାକ୍ଟର ଜବତ

226 Views

ଦଶରଥପୁର, ଜାନୁଆରୀ ୧୬ : ଦଶରଥପୁର ବ୍ଲକ୍ ଅନ୍ତର୍ଗତ ଓଡ଼େଇ-ଉଦୟପୁର ବାଲିଘାଟରୁ ବେଆଇନ ଭାବେ ଚାଲିଥିବା ବାଲି ଚାଲାଣ ଉପରେ ଆଜି ଦଶରଥପୁର ତହସିଲଦାର ଜ୍ୟୋତିପ୍ରକାଶ ମହାନ୍ତି ଚଢ଼ାଉ କରି ୪ଟି ଟ୍ରାକ୍ଟରକୁ ଜବତ କରିଛନ୍ତି। ଆର ଫର୍ମ ନଥାଇ ବାଲି ପରିବହନ କରୁଥିବା ୨ ଟି ଟ୍ରାକ୍ଟରକୁ ଜବତ କରି ଝୁମ୍ପୁରୀ ଫାଣ୍ତିକୁ ହସ୍ତାନ୍ତର କରିଥିବା ବେଳେ ବେଆଇନ ମାଟି ଓ ଇଟା ପରିବହନ କରୁଥିବା ୨ଟି ଟ୍ରାକ୍ଟରକୁ ତହସିଲଦାର ଜବତ କରିଥିଲେ। ଏହି ଦୁଇ ଟ୍ରାକ୍ଟର୍‌ରୁ ଜରିମାନା ଆଦାୟ କରାଯାଇଛି। ଯାଜପୁରର ଜନୈକ ବ୍ୟକ୍ତି ଗତ ଦୁଇବର୍ଷ ଧରି ଏହି ଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ କରୁଛନ୍ତି। ଅଭିଯୋଗ ପାଇ ଆଜି ତହସିଲଦାର ଶ୍ରୀ ମହାନ୍ତି ଏହି ଖାଦାନ ଉପରେ ଅଚାନକ ଚଢ଼ାଉ କରିଥିଲେ।

By amfnews

Related Post