Sat. Aug 15th, 2026

ବୃଦ୍ଧ ଦମ୍ପତିଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

212 Views

ଭୁବନେଶ୍ୱର  :   ଭୁବନେଶ୍ୱରସ୍ଥିତ ସାମନ୍ତରାପୁରର ଦିବ୍ୟବିହାର ଅଞ୍ଚଳରେ ଜଣେ ବୃଦ୍ଧ ଦମ୍ପତିଙ୍କ ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।।  ଘର ଭିତରେ ବୃଦ୍ଧ ଦମ୍ପତିଙ୍କୁ ତାଲା ପକାଇ ଦୁର୍ବୃତ୍ତମାନେ ସୁନା ଗହଣା ଲୁଟି ନେଇଛନ୍ତି।

ସୂଚନା ଅନୁସାରେ, ଏହି ବୃଦ୍ଧ ଦମ୍ପତି ଭୁବନେଶ୍ୱରରେ ଭଡ଼ା ଘରେ ରହନ୍ତି। ତାଙ୍କୁ ପୁଅ ଓ ବୋହୂ ବାହାରେ ଚାକିରି କରନ୍ତି। ସେମାନଙ୍କ ପାଖରେ ଝିଅ ଓ ନାତି ରୁହନ୍ତି। ଗତକାଲି ରାତିରେ ସେମାନେ ଗୋଟିଏ ରୁମ୍‌ରେ ଶୋଇଥିଲେ। ଦୁର୍ବୃତ୍ତମାନେ ତାଙ୍କ ଘରର ଗ୍ରୀଲ୍‌ ତାଡ଼ି ଭିତରେ ପଶିଥିଲେ। ଏହାପରେ ଯେଉଁ  ରୁମ୍‌ରେ   ଜିନିଷ ଥିଲା ସେହି ରୁମ୍‌ରୁ ଚୋରି କରିଥିଲେ।  ତେବେ ଘରର ସଦସ୍ୟ ନିଦରୁ ଉଠିଯିବା ଭୟରେ ଦୁର୍ବୃତ୍ତମାନେ ବାହାରପଟୁ ଶୋଇବା ଘରର କବାଟ ବନ୍ଦ କରିଦେଇଥିଲେ। ଏପରେ ସୁନା ଅଳଙ୍କାର ଚୋରି କରି ଫେରାର୍ ହୋଇଯାଇଛନ୍ତି।

ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଅଞ୍ଚଳରେ ବାରମ୍ୱାର ଚୋରି ହେଉଥିବା ନେଇ  ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

By amfnews

Related Post