Thu. May 14th, 2026

ବୃଦ୍ଧା ମା’ଙ୍କୁ ଠେଙ୍ଗାରେ ବାଡ଼େଇ ମାରିଲେ ଦୁଇ ପୁଅ, ଉଭୟ ଅଭିଯୁକ୍ତ ଗିରଫ

270 Views

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ୍ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ବୃଦ୍ଧା ମା’ଙ୍କୁ ଦୁଇ ପୁଅ ଠେଙ୍ଗାରେ ବାଡ଼େଇ ମାରିଥିବାର ଖବର ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ବାଙ୍ଗିରିପୋଷି ବ୍ଲକ୍ ଅନ୍ତର୍ଗତ ବଣକାଟି ପଞ୍ଚାୟତ ସାତଭାୟା ଗ୍ରାମରେ ଏହି ଘଟଣା ଘଟିଛି । ମୃତକ ଜଣଙ୍କ ହେଲେ ତୁଳସୀ ସିଂହ। ଦୁଇ ପୁଅ ରବି ଏବଂ ରାଜ କିଶୋର ଗତକାଲି ରାତିରେ ପ୍ରଚୁର ମଦ୍ୟପାନ କରି ଘରକୁ ଫେରିଥିଲେ। ଏହାକୁ ନେଇ ମା’ ତୁଳସୀ ସିଂହ ଗାଳିଗୁଲଜ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ରବି ଏବଂ ରାଜ କିଶୋର  ନିଶାସକ୍ତ ଅବସ୍ଥାରେ ମା’ ତୁଳସୀ ସିଂହଙ୍କୁ ଦୁଇଟି ବାଡ଼ିରେ ଜୋରରେ ବାଡ଼େଇଥିଲେ। ଫଳରେ ମା’ ତୁଳସୀ ପ୍ରାଣ ହରାଇଥିଲେ।

ଏହି ଘଟଣା ଆଜି ସକାଳେ ଜଣାଯିବା ପରେ ତୁଳସୀଙ୍କ ସ୍ବାମୀ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି ତୁଳସୀଙ୍କ ମୃତ ଦେହକୁ ଜବତ କରିବା ସହ ଦୁଇ ପୁଅ ରବି ସିଂହ ଏବଂ ରାଜ କିଶୋର ସିଂହଙ୍କୁ ଗିରଫ କରିଥିବା ଜଣାଯାଇଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ସାଇଣ୍ଟିଫିକ ଟିମ ଆସିଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ବାଙ୍ଗିରିପୋଷି ଥାନା ଅଧିକାରୀ କହିଛନ୍ତି। ଏହି ଅଘଟଣ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

By amfnews

Related Post