Sun. Oct 18th, 2026
229 Views

ପାରାଦୀପ : ଆଜି ଭୋର ସମୟରେ ପାରାଦୀପ ଉପକୂଳ ସମୁଦ୍ରରେ ବ୍ଲାକରୋଜ୍ ଜାହାଜ ସହ ପିଟି ହୋଇ ଏକ  ଟ୍ରଲର ସମୁଦ୍ରରେ ବୁଡି ଯାଇଛି। ଉକ୍ତ ସମୟରେ ଟ୍ରଲରରେ ଥିବା ସମସ୍ତ ୬ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଟ୍ରଲରଟି ମାଛ ଧରି ନେହେରୁ ବଙ୍ଗଳା ମାଛଧରା ବନ୍ଦରକୁ ଫେରୁଥିଲା। ଏହି ସମୟରେ ଘନ କୁହୁଡି ଯୋଗୁ ସମୁଦ୍ରରେ ଥିବା ବ୍ଲାକରୋଜ୍ ଜାହାଜ ସହ ପିଟି ହୋଇ ଟ୍ରଲରଟି ବୁଡ଼ି ଯାଇଥିଲା। ତେବେ ଟ୍ରଲରରେ ଥିବା ଛଅ ଜଣ ମତ୍ସ୍ୟଜୀବୀଙ୍କୁ ଅନ୍ୟ ଏକ ଡଙ୍ଗାରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ଘନ କୁହୁଡି ହେତୁ ସମୁଦ୍ରରେ ବୁଡ଼ି ରହିଥିବା ବ୍ଲାକ ରୋଜ ଜାହାଜକୁ ଟ୍ରଲର ଚାଳକ ଦେଖି ପାରିନଥିଲେ। ଫଳରେ ଜାହାଜ ସହ  ଧକ୍କା ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣା ଯୋଗୁ ଟ୍ରଲରଟି ସମୁଦ୍ରରେ ବୁଡ଼ି  ଯାଇଥିବା ବେଳେ ସେଥିରେ ଥିବା ମାଛ, ଜାଲ ଓ ଅନ୍ୟ ମାଛଧରା ସାମଗ୍ରୀ ପାଣିରେ ଭାସି ଯାଇଛି।

By amfnews

Related Post