Wed. Aug 19th, 2026

ବି.ଟେକ୍‌ରେ ୨୧ ହଜାର ସିଟ୍‌ ଖାଲି, ଆଜିଠୁ ସ୍ପଟ୍‌ କାଉନସେଲିଂ

207 Views

ଭୁବନେଶ୍ବର : ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ବି ପୂରଣ ହୋଇନି ବି.ଟେକ୍‌ ସିଟ୍‌। ଏବେବି ରାଜ୍ୟରେ ଥିବା ଇଞ୍ଜିନିୟରିଂ କଲେଜଗୁଡ଼ିକରେ ୨୧ ହଜାର ୫୦୦ ସିଟ୍‌ ବଳକା ରହିଛି। ପ୍ରଥମ ପର୍ଯ୍ୟାୟରେ ୭ ହଜାର ୧୦୦ ସିଟ୍‌ରେ ନାମଲେଖା ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୫ ହଜାର ସିଟ୍‌ ପୂରଣ ହୋଇଛି। ଏହାପରେ ବି ଆହୁରି ୭୦ ପ୍ରତିଶତ ସିଟ୍‌ ଖାଲିପଡ଼ିଥିବାରୁ ମଙ୍ଗଳବାରଠାରୁ କଲେଜସ୍ତରରେ ନାମଲେଖା ହେବ। ଘରୋଇ କଲେଜଗୁଡ଼ିକ ସ୍ପଟ୍‌ କାଉନସେଲିଂ କରି ସିଟ୍‌ ପୂରଣ କରିବେ। ତେବେ ସରକାରୀ କଲେଜଗୁଡ଼ିକରେ ଖାଲିଥିବା ସିଟ୍‌ ପୂରଣ ଲାଗି ସେଣ୍ଟ୍ରାଲ କାଉନସେଲିଂ ଅନୁଷ୍ଠିତ ହେବ। ଭୁବନେଶ୍ବରସ୍ଥିତ ସିଇଟି କ୍ୟାମ୍ପସରେ ଏହି କାଉନସେଲିଂ କରାଯିବ ବୋଲି ସୂଚନା ମିଳିଛି। ରାଜ୍ୟରେ ଥିବା ସମସ୍ତ ସରକାରୀ ଯାନ୍ତ୍ରିକ ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ଖାଲିଥିବା ବି ଟେକ୍‌ ସିଟ୍‌ ଲାଗି ୧୩ ତାରିଖରେ କାଉନସେଲିଂ କରାଯିବ। ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ଆହୁରି ୪୦୦ରୁ ଅଧିକ ବି ଟେକ୍‌ ସିଟ୍‌ ଖାଲିପଡ଼ିଛି। ପ୍ରମୁଖ କଲେଜଗୁଡ଼ିକରେ ସିଟ୍‌ ପୂରଣ ହୋଇଥିବା ବେଳେ ଛୋଟ କଲେଜଗୁଡ଼ିକରେ ସିଟ୍‌ ବଳକା ରହିଛି। ୧୪ ତାରିଖରେ ଏମ ଟେକ୍‌, ଏମ୍‌ସିଏ, ଲାଟେରାଲ ଏଣ୍ଟ୍ରି ଏମ୍‌ସିଏ ଓ ବିଟେକ୍‌ ଲାଗି ସ୍ପଟ୍‌ କାଉନସେଲିଂ କରାଯିବ।

By amfnews

Related Post