Wed. Jul 22nd, 2026

ବିହାରାର ବାହୁବଳୀ ନେତା ମହମ୍ମଦ ଶ।ହାବୁଦ୍ଧିନଙ୍କୁ ଝଟକା , ସୁପ୍ରିମକୋର୍ଟ କାଏମ ରଖିଲା ଆଜୀବନ କାର।ଦଣ୍ଡ

227 Views

ନୂଆଦିଲ୍ଲୀ, ଅକ୍ଟୋବର ୩୦: ବିହାରର ବାହୁବଳୀ ନେତା ମୋହମ୍ମଦ ଶ।ହାବୁଦ୍ଧିନଙ୍କୁ ସୁପ୍ରିମ କୋର୍ଟରୁ ବଡ ଝଟକା ଲାଗିଛି । ସିୱାନରେ ଦୁଇ ଭାଇଙ୍କୁ ହତ୍ୟା କରିଥିବା ମାମଲାରେ ଆଜୀବନ କାରାଦଣ୍ଡକୁ ସୁପ୍ରିମ କୋର୍ଟ ସ୍ଥାୟୀ ରଖିଛି । ସୁପ୍ରିମକୋର୍ଟ ଏହି ମାମଲାରେ ପଟନା ହାଇକୋର୍ଟର ନିଷ୍ପତିକୁ ସ୍ଥିର ରଖି ଶ।ହାବୁଦ୍ଧିନଙ୍କୁ  ହାଇକୋର୍ଟଙ୍କ ନିଷ୍ପତି ବିରୁଦ୍ଧରେ ଅପିଲ ଖାରଜ କରିଦେଇଛନ୍ତି । ଶୁଣାଣି ସମୟରେ ସିଆଜି ରଞ୍ଜନ ଗୋଗେଇଙ୍କ ବେଂଚ ଶ।ହାବୁଦ୍ଧିନଙ୍କ  ଓକିଲଙ୍କୁ କେତେକ ପ୍ରଶ୍ନ କରିଥିଲେ, କିନ୍ତୁ ଏହାର ଉତର ସେ ଦେଇ ପାରି ନଥିଲେ ।

ଜଷ୍ଟିସ ଗୋଗେଇ ପ୍ରଶ୍ନ କରିଥିଲେ କି, ଏହି ଦୁଇ ହତ୍ୟାକାଣ୍ଡର ସାକ୍ଷୀ ତୃତୀୟ ଭାଇ ରାଜୀବ ରୋଶନଙ୍କୁ କୋର୍ଟରେ ସାକ୍ଷୀ ଦେବା ପାଇଁ ଯାଉଥିବା ସମୟରେ ହତ୍ୟା କାହିଁକି କରାଗଲା? ଏହି ଆକ୍ରମଣ ପଛରେ କିଏ ଅଛି? ସୁପ୍ରିମକୋର୍ଟ କହିଛି କି, ସେ ହାଇକୋର୍ଟ ନିଷ୍ପତିରେ ଦଖଲ ଦେବେ ନାହିଁ । ଏହି ଅପିଲରେ ଆଇନ ତଥ୍ୟ ନାହିଁ ।

ସୂଚନାଯୋଗ୍ୟ କି, ୨୦୦୪ ଅଗଷ୍ଟରେ ସିୱାନରେ ସତିଶ ଓ ଗିରୀଶଙ୍କୁ ଏସିଡ ଫିଙ୍ଗି ହତ୍ୟା କରାଯାଇଥିଲା । ଏହି ଡବଲ ହତ୍ୟାକାଣ୍ଡରେ ୨୦୧୫ ଡିସେମ୍ବର ୯ ରେ ନୀଚ ଅଦାଲତରେ ଶ।ହାବୁଦ୍ଧିନ ଓ ଅନ୍ୟ ଜଣଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇ ଥିଲେ । ଏହା ବିରୁଦ୍ଧରେ ଶୋହାବୁଦ୍ଧିନ ପଟନା ହାଇକୋର୍ଟରେ ଆବେଦନ କରିଥିଲେ । ୨୦୧୭ରେ ପଟନା ହାଇକୋର୍ଟ ମଧ୍ୟ ଆଜୀବନ ଆଜୀବନ ଜେଲ ଦଣ୍ଡ ଉପରେ କିଛି କହି ନଥିଲେ । ବର୍ତମାନ ସୁପ୍ରିମକୋର୍ଟ ମଧ୍ୟ ନୀଚ ଅଦାଲତ ଓ ହାଇକୋର୍ଟ ମଧ୍ୟ ଏହି ଦଣ୍ଡକୁ ସ୍ଥାୟୀ ରଖିଛନ୍ତି ।

By amfnews

Related Post