Wed. Sep 30th, 2026

ବିଶ୍ୱ ପରିବେଶ ଦିବସରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

502 Views

ପୁରୀ: ବାୟୁ ପ୍ରଦୂଷଣ ଆମର ଶରୀର ଓ ପୃଥିବୀକୁ କ୍ଷତି ପହଞ୍ଚାଇଥାଏ ଏହି ବାର୍ତ୍ତା ଦେଇ ବିଶ୍ୱ ପରିବେଶ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ | ଗଛ ଲଗାଇବା ସହ ବାୟୁ ପ୍ରଦୂଷଣକୁ ମାତ ଦେବାକୁ ସେ ନିଜ ବାଲୁକା କଳାରେ ବାର୍ତ୍ତା ଦେଇଛନ୍ତି |

ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସେ ଏହି ବାଳୁକା କଳା ତିଆରି କରିଛନ୍ତି। ଏଥର ବିଶ୍ୱ ପରିବେଶ ଦିବସର ଥିମ୍ ରହିଛି ‘ଏୟାର ପଲ୍ୟୁସନ୍’। ବେଶ କିଛି ବର୍ଷ ଧରି ବାୟୁ ପ୍ରଦୂଷଣ ମାନବ ସମାଜ ପ୍ରତି ଏକ ବଡ ବିପଦ ଭାବେ ଉଭା ହୋଇଛି |

ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ବାଲୁକା କଳା ତିଆରି କରିଛନ୍ତି ସୁଦର୍ଶନ | ଏଥିରେ ସେ ଲେଖିଛନ୍ତି- ବିଟ ଏୟାର ପଲ୍ୟୁସନ | ପୃଥିବୀରେ ହେଉଥିବା ବାୟୁ ପ୍ରଦୂଷଣ ଓ ଗ୍ଲୋବାଲ ୱାର୍ମିଙ୍ଗ ଭଳି କାରଙ୍କୁ ନଜରରେ ରଖି ବିଶ୍ୱ ପରିବେଶ ଦିବସ ପାଳନ ହୋଇଆସୁଛି |

By amfnews

Related Post