Sun. Jun 14th, 2026

ବିଶ୍ୱକପ କ୍ରିକେଟ୍‌ : େଓ୍ଵଷ୍ଟଇଣ୍ଡିଜ-ବାଂଲାଦେଶ ମୁକାବିଲା ଆରମ୍ଭ, ଟସ୍‌ ଜିତି ବୋଲିଂ କରୁଛି ବାଂଲା ଦଳ

234 Views

ନୂଆଦିଲ୍ଲୀ : ଆଇସିସି ବିଶ୍ୱକପର ୨୩ ତମ ମ୍ୟାଚରେ ଆଜି େଓ୍ଵଷ୍ଟଇଣ୍ଡିଜ୍‌ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି । ଟାଉଣ୍ଟନ୍‌ କାଉଣ୍ଟି ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ବାଂଲାଦେଶ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେଇ ଖେଳ ଆରମ୍ଭ କରିଛି।

ଏହି ଦୁଇଟି ଟିମ୍‌ ଟୁର୍ଣ୍ଣାମେଣ୍ଟରେ ନିଜ ନିଜର ପ୍ରଥମ ମ୍ୟାଚ ଜିତିଛନ୍ତି କିନ୍ତୁ ଏହାପରର କୌଣସି ମ୍ୟାଚରେ ବିଜୟ ହାସଲ କରି ନାହାନ୍ତି। ଏଣୁ ଉଭୟ େଓ୍ଵଷ୍ଟଇଣ୍ଡିଜ୍‌ ଓ ବାଂଲାଦେଶ ଲାଗି ଏହି ମ୍ୟାଚ ବିଶେଷ ଗୁରୁତ୍ୱ ରଖୁଛି।

ବାଂଲାଦେଶ କ୍ରିକେଟ ଟିମ୍‌ର ଅଧିନାୟକ ମଶାରଫ ମୁର୍ତଜା େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେବା ସହ ନିଜେ ମ୍ୟାଚର ପ୍ରଥମ ଓଭର ବୋଲିଂ କରି ଖେଳ ସୁରୁ କରିଛନ୍ତି। ଏହି ମ୍ୟାଚରେ ଲିଟନ୍‌ ଦାସ୍‌ଙ୍କୁ ମହମ୍ମଦ ମିଥୁନ୍‌ ସ୍ଥାନରେ ଟିମ୍‌ରେ ସ୍ଥାନ ମିଳିଛି। ସେହିପରି େଓ୍ଵଷ୍ଟଇଣ୍ଡିଜ ବି ନିଜ ଟିମ୍‌ରେ ଏକ ପରିବର୍ତ୍ତନ ଆଣିଛି। କାର୍ଲେସ୍‌ ବ୍ରୋଥବେଟ୍‌ଙ୍କ ସ୍ଥାନରେ ଡେରେନ୍‌ ବ୍ରୋେଓ୍ଵ ଖେଳିବେ ବୋଲି ସୂଚନା ମିଳିଛି।

ଅନ୍ୟ ପକ୍ଷରେ େଓ୍ଵଷ୍ଟଇଣ୍ଡିଜ୍‌ର ଦୁଇ ଓପନର ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ ଓ ଏଭିନ୍‌ ଲୁଇସ୍‌ ଇନିଂସ ଆରମ୍ଭ କରିଛନ୍ତି। ମୁର୍ତାଜା ଓ ମହମ୍ମଦ ସଇଫୁଦ୍ଦୀନ୍‌ ବୋଲିଂ ଜାରି ରଖିଥିବା ବେଳେ ଓ୍ଵଷ୍ଟଇଣ୍ଡିଜ୍‌ ୩ ଓଭରରେ ୫ ରନ୍‌ କରିଛି।

By amfnews

Related Post