Thu. Jul 2nd, 2026

ବିଶ୍ୱକପ୍‌ ସେମିଫାଇନାଲରେ ପୁଣି କମଳା ରଂଗର ଜର୍ସି ପିନ୍ଧିବେ ଭାରତୀୟ ଖେଳାଳି!

318 Views

ଇଂଲଣ୍ଡ : ଭାରତୀୟ କ୍ରିକେଟ୍‌ ଟିମ୍‌ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ ୨୦୧୯ରେ ପୁଣି ଥରେ କମଳା ରଂଗର ଜର୍ସି ପିନ୍ଧି ପାରନ୍ତି। ସେମିଫାଇନାଲ ମ୍ୟାଚ୍‌ରେ ଯଦି ଭାରତକୁ ଇଂଲଣ୍ଡ ସହିତ ମୁକାବିଲା କରିବାକୁ ପଡ଼େ, ତା’ହେଲେ ଟିମ୍‌ ଇଣ୍ଡିଆର ଖେଳାଳିମାନେ କମଳା ରଂଗର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ। ମାତ୍ର ଏହି ଭବିଷ୍ୟତ ଏଯାଏଁ ସ୍ପଷ୍ଟ ହୋଇ ନାହିଁ।

ବିଶ୍ୱକପ୍‌ ୨୦୧୯ର ଅନ୍ତିମ ଲିଗ୍‌ ମ୍ୟାଚ୍‌ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶନିବାର ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ। ଭାରତ ଓ ଶ୍ରୀଲଙ୍କା ମ୍ୟାଚ୍‌ ଲିଡସ୍‌ରେ ଆଜି ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୩ଟାରୁ ଜାରି ରହିଛି। ଉଭୟ ମ୍ୟାଚ୍‌ ଉପରେ ଭାରତୀୟ ଖେଳାଳିମାନେ କମଳା ରଂଗର ଜର୍ସି ପିନ୍ଧିବା ନିର୍ଭର କରୁଛି।

By amfnews

Related Post