Sun. Apr 26th, 2026

ବିଶ୍ବ ଦକ୍ଷତା ପ୍ରତିଯୋଗତାରେ ଓଡ଼ିଶାରୁ ୩

216 Views

ଭୁବନେଶ୍ବର : ଋଷିଆରେ ଆସନ୍ତା ୨୨ତାରିଖରୁ ୨୭ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଶାର ୩ଜଣ ଅଂଶଗ୍ରହଣ କରିବେ। ସାରା ବିଶ୍ବର ୬୦ଟି ଦେଶର ୧୫ଶହ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରୁଥିବା ବେଳେ ଭାରତର ୪୮ଜଣିଆ ଟିମ୍‌ ଏଥିରେ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତାରେ ୫୬ ପ୍ରକାରର ଦକ୍ଷତା ଉପରେ ପ୍ରତିଯୋଗିତା ହେଉଥିବା ବେଳେ ଭାରତ ୪୪ ପ୍ରକାରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ। ମୋବାଇଲ ରୋବୋଟିକ୍ସ, ପ୍ରୋଟୋଟାଇପ୍ ମଡେଲିଂ, ହେୟାରଡ୍ରେସିଂ, ବେକିଂ, କନେଫକ୍ସିଓନାରି ଓ ପେଷ୍ଟ୍ରିସ୍, ୱେଲ୍‌ଡିଂ, ବ୍ରିକ୍ ଲେୟିଂ, କାର ପେଣ୍ଟିଂ, ଫ୍ଲୋରିଷ୍ଟ୍ରି ଭଳି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଥିବା ପ୍ରତିଯୋଗୀମାନଙ୍କୁ ଶହେରୁ ଅଧିକ କମ୍ପାନିରେ ଅନ୍ତର୍ଜାତୀୟସ୍ତରର ତାଲିମ୍ ଦିଆଯାଇଛି। ଓଡ଼ିଶାର ଅବିନାଶ ସ୍ବାଇଁ, ଏସ୍‌. ଅଶ୍ବସ୍ତ ନାରାୟଣ ଓ ଜୋନୋଫୋନ୍ ଦାସ ଏଥିରେ ଅଂଶଗ୍ରହଣ କରୁଛନ୍ତି।

By amfnews

Related Post