Wed. Sep 23rd, 2026

ବିଲଡିଂ ଭୁଶୁଡ଼ା ଘଟଣାରେ ଚମତ୍କାର, ଧ୍ୱଂସାବଶେଷ ତଳୁ ଶିଶୁ ସୁରକ୍ଷିତ ଉଦ୍ଧାର

243 Views

ମୁମ୍ବାଇ : ମହାରାଷ୍ଟ୍ରରର ରାଜଧାନୀ ମୁମ୍ବାଇର ଡୋଙ୍ଗ୍ରୀଠାରେ ୪ ମହଲା କୋଠା ଭୁଶୁଡ଼ା ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ଧ୍ୱଂସାବଶେଷ ତଳେ ୪୦ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ତେବେ ଏହି ବିଲଡିଂ ଭୁଶୁଡ଼ିବା ବେଳେ ଏକ ଚମତ୍କାର ଘଟଣା ଘଟିଛି। ଧ୍ୱଂସାବଶେଷ ତଳୁ ଉଦ୍ଧାରକାରୀ ଦଳ ଜଣେ ଶିଶୁକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ପୁଲିସ୍‌ ଶିଶୁଟିକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଛି।

ଏତେ ଭୟଙ୍କର ଦୁର୍ଘଟଣା ମଧ୍ୟରେ ଶିଶୁଟି ଜୀବିତ ଉଦ୍ଧାର ହେବା କୌଣସି ଚମତ୍କାର ଠାରୁ କମ ନୁହେଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଆଜି ଦିନ ୧୧.୪୫ରେ ଡୋଙ୍ଗ୍ରୀ ଠାରେ ଥିବା କେଶରବାଈ ବିଲଡିଂ ଭୁଶୁଡ଼ି ପଡ଼ିଥିଲା। ୩ଟି ଏନ୍‌ଡିଆରଏଫ୍‌ ଟିମ୍‌ ସହ ସ୍ଥାନୀୟ ପୁଲିସ୍‌ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଉଦ୍ଧାର ଚାଲିଥିବା ବେଳେ ପ୍ରଥମେ ଧ୍ୱଂସାବଶେଷ ତଳୁ ଶିଶୁଟିକୁ ଦେଖିବାକୁ ମିଳିଥିଲା। ଏହାପରେ ପୁଲିସ୍‌ ତୁରନ୍ତ ଶିଶୁଟିକୁ ଏହା ମଧ୍ୟରୁ ଉଦ୍ଧାର କରି ହସ୍ପିଟାଲ୍‌କୁ ନେଇଥିଲା।

By amfnews

Related Post