Sun. Sep 27th, 2026

ବିଲକୁ ସାର ପକାଇବାକୁ ଯାଇଥିଲେ, ଜଙ୍ଗଲରୁ ମିଳିଲା ମୃତଦେହ

200 Views

ବିନିକା : ଦୁଇ ଦିନ ତଳେ ବିଲରେ ସାର ପକାଇବାକୁ ଯାଇ ନିଖୋଜ ହୋଇଯାଇଥିବା ବ୍ୟକ୍ତିଙ୍କ ମୃତଦେହ ଗତକାଲି ଜଙ୍ଗଲରୁ ଠାବ ହୋଇଛି। ଏପରି ସ୍ପର୍ଶକାତର ଘଟଣା ସୁବର୍ଣ୍ଣପୁର ଜିଲ୍ଲା ଏସ୍‌ ରାମପୁର ଥାନା କୁହିବାହାଲ ଗାଁରେ ଘଟିଯାଇଛି। ମୃତକ ହେଲେ ସ୍ଵପ୍ନେଶ୍ଵର ମହାନନ୍ଦ ଓରଫ କାଳିଆ (୪୦)।

କାଳିଆ ଗତ ୧ ତାରିଖରେ ସୀଲଜୁରୀ ଗାଁର ଉଗ୍ରସେନ ପଧାନଙ୍କ ଚାଷ ଜମିରେ ସାର ସିଞ୍ଚନ କରିବାକୁ ଯାଇଥିଲେ। ମାତ୍ର ସେବେଠୁ ଆଉ ସେ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଉଗ୍ରସେନଙ୍କ ଘରକୁ ଯାଇଥିଲେ। ହେଲେ ସ୍ଵପ୍ନେଶ୍ଵର ତାଙ୍କ ଚାଷ ଜମିରେ ସାର ସିଞ୍ଚନ ନକରି ଘରକୁ ଫେରିଥିବା କହିଥିଲେ ଉଗ୍ରସେନ। ଏହାପରେ ସନ୍ଦେହ ହେବାରୁ ପରିବାର ଲୋକେ  ଉଗ୍ରସେନ ଓ ତାଙ୍କ ସହଯୋଗୀ ଗଦଗଦ ବିଶ୍ୱାଳଙ୍କ  ନାମରେ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ୍‌  ଏହି  ଘଟଣାରେ ତତ୍ପରତା ଦେଖାଇ ନଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ।

ଗତକାଲି ତଦନ୍ତ କରିବାକୁ ଆସିଥିବା ସୁବର୍ଣ୍ଣପୁର ଏସଡିପିଓ ମିହିର ପଣ୍ଡାଙ୍କୁ ସେମାନେ ଦୀର୍ଘ ଘଣ୍ଟା ଧରି ଅଟକ ରଖିଥିଲେ I ଘଟଣାସ୍ଥଳରେ ଦୀର୍ଘ ଘଣ୍ଟା ଧରି ଉତ୍ତେଜନା ସୃଷ୍ଟି ହେବା ସହ ତିନି ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ ହୋଇଥିଲେI ଏହାପରେ ଗତକାଲି ରାତି ୯ଟାରେ ସ୍ଵପ୍ନେଶ୍ଵରଙ୍କ ମୃତଦେହକୁ ବାରପାହାଡ ଜଙ୍ଗଲରୁ ପୁଲିସ ଠାବ କରିଥିଲା।ପୁଲିସ ମୃତଦେହ ଜବତ କରିବା ସହ ଥାନାରେ ଉଗ୍ରସେନ ଏବଂ ଗଦଗଦଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

By amfnews

Related Post