Wed. Jun 10th, 2026

ବିମୁଦ୍ରୀକରଣ ନିର୍ବାଚନରେ କଳାଟଙ୍କାର ଅପବ୍ୟବହାରକୁ ରୋକି ପାରି ନାହିଁ- ପୂର୍ବତନ ନିର୍ବାଚନ କମିସନ

367 Views

ନୂଆଦିଲ୍ଲୀ, ଡିସେମ୍ବର ୩: ନିର୍ବାଚନର କଳାଟଙ୍କାର ଅପବ୍ୟବହାରକୁ ନିୟନ୍ତ୍ରଣ କରିବାରେ ବିମୁଦ୍ରୀକରଣ ବିଫଳ ବୋଲି ପୂର୍ବତନ ମୁଖ୍ୟ ନିର୍ବାଚନ କମିସନ ଓପି ରାଓତ କହିଛନ୍ତି। ସୋମବାର ଦିନ ଶ୍ରୀ ରାଓ୍ଵତ କହିଛନ୍ତି ଯେ ବିମୁଦ୍ରୀକରଣ ପରେ ଅଶା କରାଯାଉଥିଲା ନିର୍ବାଚନରେ କଳା ଟଙ୍କାର ବ୍ୟବହାରେ ହ୍ରାସ ଘଟିବ। କିନ୍ତୁ ବିମୁଦ୍ରୀକରଣ ପରେ ହୋଇଥିବା ନିର୍ବାଚନ ସମୟରେ ଯେପରି ବିପୁଳ ପରିମାଣର ଟଙ୍କା ଜବତ ହୋଇଥିବାର ନଜିର ରହିଛି, ତାକୁ ଅନୁଧ୍ୟାନ କଲେ ବିମୁଦ୍ରୀକରଣ ଏ କ୍ଷେତ୍ରରେ କଳାଧନର ଅପବ୍ୟବହାକୁ ରୋକିବାରେ ବିଫଳ ହୋଇଛି ବୋଲି ଶ୍ରୀ ରାଓ୍ଵତ କହିଛନ୍ତି।
ଶ୍ରୀ ରାଓ୍ଵତ କହିଛନ୍ତ ଯେ ନିର୍ବାଚନରେ କଳାଧନ ବ୍ୟବହାରକୁ ରୋକା ଯାଇ ପାରି ନାହିଁ। ଏଥିରୁ ଜଣାପଡ଼ୁଛି, ରାଜନୈତକ ଦଳ ଓ ତାଙ୍କୁ ଆର୍ଥିକ ସହାୟତା ଯୋଗାଉଥିିବା ସଂସ୍ଥାମାନଙ୍କ ପାଖରେ ଟଙ୍କାର ଅଭାବ ନାହିଁ। ଆଉ ଯେଉଁ ବିପୁଳ ଟଙ୍କା ନିବାଚନରେ ଖର୍ଚ୍ଚ ହେଉଛି ତାହା କଳା ଟଙ୍କା ବୋଲି ଶ୍ରୀ ରାଓ୍ଵତ କହିଛନ୍ତି।
ଗତ ସପ୍ତାହରେ ମୁଖ୍ୟ ନିର୍ବାଚନ କମିସନ ପଦବିରୁ ଅବସର ନେଇଥିବା ଶ୍ରୀ ରାଓ୍ଵତ କହିଛନ୍ତି ଯେ ନିର୍ବାଚନ କମିସନ ଭାବେ ଆଇନ ମନ୍ତ୍ରଣାଳୟକୁ ବଦଳୁ ଥିବା ସମୟ ଅନୁଯାୟୀ ନିର୍ବାଚନରେ ଟଙ୍କା ଓ ସାମାଜିକ ଗଣମାଧ୍ୟମର ଅପବ୍ୟବହାର ନେଇ ଏକ ଆଇନଗତ ବ୍ୟବସ୍ଥା ସମ୍ପର୍କିତ ଠିକ୍‌ ସୁପାରିଶ କରି ନ ପାରିବା ତାଙ୍କର ଏକ ଅବସୋସ ବୋଲିି ଶ୍ରୀ ରାଓ୍ଵତ କହିଛନ୍ତି। ତେବେ ପ୍ରତ୍ୟକ ରାଜନୈତିକ ଦଳଙ୍କ ନିର୍ବାଚନ ଖର୍ଚ୍ଚ ସର୍ବୋଚ୍ଚ ସୀମା ସ୍ଥିିରୀକୃତ ହେବା ଉଚିତ ଉପରେ ମତ ଦେଇ ଶ୍ରୀ ରାଓ୍ଵତ କହିଛନ୍ତି ଯେ ଦିନେ ନା ଦିନେ ଏହା ଫଳପ୍ରଦ ହେବ। କାରଣ ରାଜନୈତିକ ଦଳଗୁଡ଼କ ମଧ୍ୟ ସେମାନଙ୍କ ଖର୍ଚ୍ଚକୁ ସୀମିତ କରିବାକୁ ଚାହୁଁଛନି। ବର୍ତ୍ତମାନ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ନେଇ ଅଙ୍କୁଶର ବ୍ୟବସ୍ଥା ହୋଇଥିବା ବେଳେ ରାଜନୈତିକ ଦଳର ନିର୍ବାଚନ ଖର୍ଚ୍ଚ ନେଇ କୌଣସି ସୀମା ନାହିଁ। ଆଗାମୀ ଦିନରେଏହା ହେବା ଉଚିତ ବୋଲି ଶ୍ରୀ ରାଓ୍ଵତ କହିଛନ୍ତି।

By amfnews

Related Post