Mon. Sep 28th, 2026

ବିଧାୟକ ପଦରୁ ଇସ୍ତଫା ଦେଲେ ନବ ଦାସ

255 Views

ଭୁବନେଶ୍ୱର, ଜାନୁଆରୀ୨୮ :ସୋମବାର ବିଧାୟକ ପଦରୁ ବିଧିବଦ୍ଧ ଭାବେ ଇସ୍ତଫା ଦେଇଛନ୍ତି ଝାରସୁଗୁଡା ବିଧାୟକ ନବ ଦାସ। ସୋମବାର ସେ ବିଧାନସଭାର ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ କି ଝାରସୁଗୁଡାର କଂଗ୍ରେସ ବିଧାୟକ ନବ ଦାସ ଜାନୁଆରି ୧୬ରେ ଦଳରୁ ଇସ୍ତଫା ଦେଇ ଗତ ୨୪ ତାରିଖରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ସେ ଖୁବ୍‌ ଶୀଘ୍ର ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ସୂଚନା ଥିଲା।

By amfnews

Related Post