Sat. May 16th, 2026

ବିଧାୟକ ପଦରୁ ଇସ୍ତଫା ଦେଲେ କୃଷ୍ଣଚନ୍ଦ୍ର ଶଗରିଆ

175 Views

ଭୁବନେଶ୍ୱର, ନଭେମ୍ବର ୬: କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଆଜି ତାଙ୍କ ବିଧାୟକ ପଦବିରୁ ଇସ୍ତଫା ଦେଇଛନ୍ତି ଭୁବନେଶ୍ୱର ଠାରେ ବାଚସ୍ପତି ପ୍ରଦୀମ ଅମାତଙ୍କୁ ଭେଟି ଶ୍ରୀ ଶଗରିଆ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।ପୂର୍ବରୁ କୁନ୍ଦୁୁଲି ପିଡ଼ିତାଙ୍କୁ ସେ ନ୍ୟାୟ ଦେବାରେ ଅସମର୍ଥ ହୋଇଥିବାରୁ ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ।

କୋରାପୁଟର କଂଗ୍ରେସ ବିଧାୟକ ତଥା ବରିଷ୍ଠ ଆଦିବାସୀ ନେତା କୃଷ୍ଣଚନ୍ଦ୍ର ଶଗରିଆ ଆଜି ନିଜ ବିଧାୟକ ପଦରୁ ଇସ୍ଥଫା ଦେବା ନେଇ ଗତ ମାସ ଶେଷ ସପ୍ତାହରେ ଘୋଷଣା କରିଥିଲେ। କୁନ୍ଦୁୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ମର୍ମାହତ ହୋଇ ସେ ଇସ୍ତଫା ଦେବାକୁ ଯାଉଥିବା କହଥିଲେ। ଗୋଟିଏ ପରେ ନିର୍ବାଚନ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଶ୍ରୀ ଶଗରିଆଙ୍କ ଇସ୍ତଫା କେତେଦୂର ତାଙ୍କ ରାଜନୈତିକ କ୍ୟାରିୟରକୁ ଲାଭ ଦେବ ତାହା ବର୍ତ୍ତମାନ ଆକଳନ କରିବା ସମ୍ଭବ ନୁହେଁ।

ତେବେ ପୂର୍ବ ଘୋଷଣା ଅନୁଯାୟୀ, ଶ୍ରୀ ଶଗରିଆ ଆଜି ବିଧାନସଭା ବାଚସ୍ପତିଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଯଦି ବାଚସ୍ପତି ଶ୍ରୀ ଅମାତ ବିଧାୟକ ଶ୍ରୀ ଶଗରିଆଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରନ୍ତି, ତା ପରେ ରାଜ୍ୟ ରାଜନୀତି ବିଶେଷ କରି କୋରାପୁଟ କଂଗ୍ରେସ ରାଜନୀତି କେଉଁ ମୋଡ଼ ନେବ ତାହା ଳକ୍ଷ୍ୟ କରିବା କଥା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

By amfnews

Related Post