Sat. Jul 25th, 2026

ବିଧାନସଭା ନିର୍ବାଚନ ସମୟରେ ହୋଇପାରିବନି ଏକ୍‌ଜିଟ୍‌ ପୋଲ୍‌, ବ୍ୟାନ୍‌ ଲଗାଇଲେ ନିର୍ବାଚନ କମିସନ

281 Views

ନୂଆଦିଲ୍ଲୀ  : ହରିଆଣା ଓ ମହାରାଷ୍ଟ୍ର ନିର୍ବାଚନ ସମୟରେ ଏକ୍‌ଜିଟ୍‌ ପୋଲ୍‌ ହୋଇପାରିବ ନାହିଁ। ଅକ୍ଟୋବର ୨୧ ତାରିଖ ସକାଳ ୭ଟାରୁ ସଂଧ୍ୟା ୬.୩୦ ମଧ୍ୟରେ ବାହୁଡ଼ା ମତ(ଏକ୍‌ଜିଟ୍‌ ପୋଲ୍‌) ହୋଇପାରିବ ନାହିଁ ବୋଲି ନିର୍ବାଚନ କମିସନ ସୂଚନା ଦେଇ କହିଛନ୍ତି। ୧୭ଟି ରାଜ୍ୟର ୫୧ଟି ନିର୍ବାଚନ ମଣ୍ଡଳିରେ ହେବାକୁ ଥିବା ନିର୍ବାଚନରେ ଗୋଟାଏ ଦିନରେ ହିଁ ଭୋଟ ଗଣତି ହେବ।

ବାହୁଡ଼ା ମତ ଉପରେ ବ୍ୟାନ୍‌ ଲଗାଇ ନିର୍ବାଚନ କମିସନ ସ୍ପଷ୍ଟ ଭାବେ କହିଛନ୍ତି ଯେ, ‘ ଲୋକପ୍ରତିନିଧିତ୍ୱ ଅଧିନିୟମ, ୧୯୫୧ର ଧାରା ୧୨୬ଏ ଅନୁସାରେ ଏହି ବ୍ୟାନ୍‌ ଲଗାଯାଇଛି।’

କେବଳ ସେତିକି ନୁହେଁ, ଭୋଟ୍‌ ଗଣତି ସରିବାର ୪୮ ଘଣ୍ଟା ମଧ୍ୟରେ ବି କୌଣସି ପ୍ରକାରର ମତ, ବାହୁଡ଼ା ମତ କିମ୍ବା ନିର୍ବାଚନ ଫଳାଫଳକୁ ନେଇ କରାଯାଇଥିବା ସର୍ଭେ ଗଣମାଧ୍ୟମରେ ପ୍ରଦର୍ଶନ କରାଯାଇପାରିବ ନାହିଁ। ବିଧାନସଭା ନିର୍ବାଚନ ବ୍ୟତୀତ ମହାରାଷ୍ଟ୍ରର ସତାରା ଏବଂ ବିହାରର ସମସ୍ତିପୁର ଦୁଇଟି ସଂସଦୀୟ କ୍ଷେତ୍ରରେ ବି ନିର୍ବାଚନ ହେବ।

By amfnews

Related Post