Sat. May 16th, 2026

ବିଧାନସଭା ନିର୍ବାଚନପୂର୍ବରୁ ଶିବସେନାକୁ ବଡ଼ ଝଟକା, ବିଦ୍ରୋହୀ ବିଧାୟକ ପ୍ରାର୍ଥୀଙ୍କ ସମର୍ଥନରେ ଇସ୍ତଫା ଦେଲେ୨୬ କର୍ପୋରେଟର!

203 Views

ମୁମ୍ବାଇ  : ମହାରାଷ୍ଟ୍ରରେ ଆଗାମୀ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନାକୁ ଏକ ବଡ଼ ଝଟକା ଲାଗିଛି । ଦଳର ୨୬ଜଣ କର୍ପୋରେଟରଙ୍କ ସମେତ ୩୦୦ ଜଣ କାର୍ଯ୍ୟକର୍ତ୍ତା ଦଳରୁ ଇସ୍ତଫା ଦେଇଥିବା ଜଣାଯାଇଛି । ଶିବସେନାରେ ଟିକେଟ୍ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିବା ଏହି ନେତାମାନେ ଦଳ ଛାଡିଥିବା କୁହାଯାଉଛି। ଏହା ଦଳଲାଗି ଚିନ୍ତାର ବିଷୟ ହୋଇଥିବା କୁହାଯାଉଛି।

ଆହୁରି ମଧ୍ୟ କୁହାଯାଉଛି ଯେ ଏମାନେ ସମସ୍ତେ ଶିବସେନାର ବିଦ୍ରୋହୀ ବିଧାୟକ ପ୍ରାର୍ଥୀ ଧନଞ୍ଜୟ ବୋଡାରେଙ୍କ ସମର୍ଥନରେ ଇସ୍ତଫା ଦେଇଥିବା ଜଣାଯାଇଛି। ସେମାନେ ଶିବସେନା ସୁପ୍ରିମୋ ମୁଖ୍ୟ ଉଦ୍ଧବ ଠାକରେଙ୍କୁ ନିଜ ନିଜର ଇସ୍ତଫାପତ୍ର ପ୍ରଦାନ କରିଥିବା କୁହାଯାଉଛି ।

ସୂଚନାଯୋଗ୍ୟ ମହାରାଷ୍ଟ୍ରରେ ବିଜେପି-ଶିବସେନା ଭିତରେ ଆସନ ବୁଝାମଣା ହୋଇଛି। ତାହା ଅନୁଯାୟୀ ବିଜେପି ୨୮୮ରୁ ୧୫୦ଟି ଆସନରେ ନିର୍ବାଚନ ଲଢୁଥିବା ବେଳେ , ଶିବସେନାକୁ ୧୨୪ଟି ଆସନ ମିଳିଛି । ଅନ୍ୟ ୧୪ଟି ଆସନରେ ଅନ୍ୟ ସହଯୋଗୀ ଦଳମାନେ ନିର୍ବାଚନ ଲଢୁଥିବା ଜଣାଯାଇଛି।

By amfnews

Related Post