Wed. Oct 14th, 2026

ବିଧାନସଭା ଗୃହ କମିଟିର ସିମଳା ଗସ୍ତ

198 Views

ଭୁବନେଶ୍ବର : ଆଜି ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ବରେ ବିଧାନସଭା କମ୍ପ୍ୟୁଟରୀକରଣ ସମ୍ପର୍କିତ ଗୃହ କମିଟି ଅଧ୍ୟୟନ ଗସ୍ତରେ ହିମାଚଳ ପ୍ରଦେଶ ଯାଇଛି। କମିଟି ସିମଳାଠାରେ ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତିଙ୍କୁ ସାକ୍ଷାତ କରିବା ସହ ବିଧାନସଭାର ପଦାଧିକାରୀଙ୍କ ସହିତ ଇ-ବିଧାନ ପ୍ରକଳ୍ପ କାର୍ଯ୍ୟାନ୍ବୟନ ସମ୍ପର୍କରେ ଆଲୋଚନା କରିବ। ଏହାଛଡ଼ା କମିଟି ହିମାଚଳ ପ୍ରଦେଶ ବିଧାନସଭା ଅଧିବେଶନର ପ୍ରତ୍ୟକ୍ଷ ଅନୁଭୁତି ଲାଭ କରିବା ସହିତ ବିଭିନ୍ନ ଶାଖା ପରିଦର୍ଶନ କରିବେ। କମିଟି ପଞ୍ଜାବ ଓ ନୂଆଦିଲ୍ଲୀ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଗୃହ କମିଟିରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ତାରା ପ୍ରସାଦ ବାହିନୀପତି, ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ପୂର୍ଣ୍ଣଚନ୍ଦ୍ର ଦଳାଇ, ଉପବିଭାଗ ଅଧିକାରୀ ଆଶିଷ ରଞ୍ଜନ ଖୁଣ୍ଟିଆ ଓ ରିପୋର୍ଟର ଦିଲ୍ଲୀପ କୁମାର ମହାନ୍ତି ସିମଳା ଗସ୍ତରେ ସାମିଲ ଅଛନ୍ତି।

By amfnews

Related Post