Wed. Aug 12th, 2026
263 Views

ଭୁବନେଶ୍ବର : ଷେ‌ାଡ଼ଶ ବିଧାନସଭାର ଦ୍ବିତୀୟ ଅଧିବେଶନର ପ୍ରଥମ ଦିନରେ ଗୃହରେ ଦିବଂଗତ ସଦସ୍ୟ ଓ ଓଡ଼ିଶା ପୁଲିସ୍‌ ଯବାନ୍‌ଙ୍କ ପରଲୋକ‌ରେ ଶୋକ ପ୍ରକାଶ କରାଯାଇଥିଲା। ପୂର୍ବତନ ବିଧାୟକ ସାହୁରା ମଲ୍ଲିକ, ଉଦିତ ପ୍ରତାପ ଦେଓ ଓ ବୃନ୍ଦାବନ ପାତ୍ର ଏବଂ ଓଡ଼ିଶା ପୁଲିସ୍‌ର ପୂର୍ବତନ ଓଏପିଏଫ୍‌ ଜୟରାମ କବାସିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ସିପିଆଇ(ଏମ୍‌)ର ସଭ୍ୟ ଲକ୍ଷ୍ମଣ ମୁଣ୍ଡା ଦିବଂଗତମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଦିବଂଗତମାନଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହା ପରେ ସ୍ବର୍ଗତ ଆତ୍ମାଙ୍କ ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା।

By amfnews

Related Post