Wed. Aug 12th, 2026

ବିଧାନସଭାରେ ତାରା କହିଲେ- ଆପଣ ଖୁସି ତ!

????????????????????????????????????
177 Views

ଭୁବନେଶ୍ବର : ୧୧ଟାରେ ବିଧାନସଭା ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ତିନି ଦଳର ସଭ୍ୟମାନେ ଗୃହରେ ପହଞ୍ଚିଯାଇଥିଲେ। କଂଗ୍ରେସ ସଭ୍ୟ ତାରାପ୍ରସାଦ ବା‌ହିନୀପତି ସମସ୍ତଙ୍କ ସହ ଥଟ୍ଟାମଜା କରୁଥିଲେ। ଶାସକ ଦଳର ସଭ୍ୟ ଓ ମନ୍ତ୍ରୀମାନଙ୍କ ଉଦ୍ଦେଶ୍ୟରେ ହାଲ୍‌କା ମନ୍ତବ୍ୟ ଦେଇ ଗୃହରେ ବେଶ୍‌ ହାସ୍ୟରୋଳ ସୃଷ୍ଟି କରୁଥିଲେ। ବହୁ ସଭ୍ୟଙ୍କ ନାମ ଧରି କହୁଥିଲେ, ‘ଆପଣମାନେ ଖୁସି ତ’? ଗୃହ କାର୍ଯ୍ୟ ଆରମ୍ଭ ହେବାର ଦୁଇ ମିନିଟ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହକୁ ପ୍ରବେଶ କଲେ। ନିଜ ଆସନରେ ବସିବା ପୂର୍ବରୁ ସମସ୍ତଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ିଲେ। ଏହି ସମୟରେ ତାରା ତାଙ୍କୁ କହିଲେ, ‘ଆପଣ ଖୁସି ତ’? ମୁଖ୍ୟମନ୍ତ୍ରୀ ହସି ହସି ମୁଣ୍ଡ ଟୁଙ୍ଗାରି ‘ଖୁସି’ ବୋଲି କହିଲେ। ଏହା ଶୁଣି ଗୃହ‌େର ସବୁ ସଦସ୍ୟ ହସି ଉଠିଥିଲେ। ମୁଖ୍ୟମନ୍ତ୍ରୀ ବି ହସି ହସି ନିଜ ଆସନରେ ବସିଥିଲେ।

By amfnews

Related Post