Fri. Oct 16th, 2026

ବିଦ୍ୟୁତ ଆଘାତରେ ଯୁବକ ମୃତ

294 Views

ଫୁଲବାଣୀ: ଆଜି କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଲୋହାରବାଲି ଗାଁରେ ଜଣେ ଯୁବକଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ମୃତଦେହ ପୟ୍ଚନାମା କରି ବ୍ୟବଛେଦ କରିବାର ବ୍ୟବସ୍ଥା କରିଛି।
ମିଳିଥିିବା ସୂଚନା ଅନୁଯାୟୀ, ଆଜି ସକାଳେ ସଦର ଥାନା ଲୋହରବାଲି ଗାଁରେ ଅଚଳ ହୋଇପଡ଼ିଥିବା ଏକ ନଳକୂପ ମରାମତି କରାଯାଉଥିଲା। ମରାମତି କରୁଥିବା ଜଳନ୍ଧର କହଁର(୩୫ ବର୍ଷ) ନାମଜ ସେହି ଗ୍ରାମର ଜଣେ ଯୁବକ ନଳକୂପ ଭିତରୁ ପାଇପ କାଢ଼ୁଥିଲେ। ଏହି ସମୟରେ ନଳକୂପ ଉପର ଦେଇ ଯାଇଥିବା ବିଦ୍ୟୁତ ତାରରେ ନଳକୂପ ପାଇପ ଲାଗିଯିବାରୁ ଶ୍ରୀ କହଁର ଭୟଙ୍କର ଭାବେ ଆଘାତ ପାଇ ତଳେ ପଡ଼ି ଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି କନ୍ଧମାଳ ଜଲ୍ଲା ମୁଖ୍ୟ ଚିକତ୍ସାଳୟକୁ ଅଣାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତିି।ଖବର ପାଇ ପୁଲିସ ମଢତଦେହ ବ୍ୟବଛେଦ କରାଇବାର ବ୍ୟବସ୍ଥା କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post