Fri. Jul 3rd, 2026

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ବସ୍‌ ଆସିବା ଘଟଣା, ନିଜ ଆଡ଼ୁ ମାମଲା ରୁଜୁ କଲା ପୁଲିସ୍‌

172 Views

ବ୍ରହ୍ମପୁର : ଗଂଜାମ ଜିଲ୍ଲା ଗୋଳନ୍ଥରା ଅଞ୍ଚଳରେ ଗତକାଲି ଏକ ଯାତ୍ରୀବାହୀ ବସ୍‌ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ  ଆସିବା ଘଟଣାର  ଖୋଳତାଡ଼ ଆରମ୍ଭ ହୋଇଛି। ଏହି ଦୁର୍ଘଟଣାରେ ୧୦ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଜଣ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ବ୍ରହ୍ମପୁର ପୁଲିସ୍‌ ନିଜ ଆଡୁ ଏନେଇ ମାମଲା ରୁଜୁ କରି ଖୋଳତାଡ଼ କରୁଛି। ଗୋଳନ୍ଥରା ଥାନା ପୁଲିସ୍‌ IPC ଧାରା 279, 304-A, 337 ଓ 338ରେ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଦାୟିତ୍ୱ ବ୍ରହ୍ମପୁର ASPଙ୍କୁ ଦିଆଯାଇଛି ।

ଅଘଟଣ ପରେ ବସ୍‌  ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ସେହିପରି ପରିବହନ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେପଟେ ୧୦ ମୃତକଙ୍କ ମଧ୍ୟରୁ ଗୋଟିଏ ମଶାଣିରେ ୮ ଜଣଙ୍କୁ ଦାହ କରାଯାଇଛି।  ଜଣେ ମହିଳାଙ୍କୁ ତାଙ୍କ ଶାଶୂ ଘର ଗାଁକୁ ନିଆଯାଇ ସେଠାରେ ଅନ୍ତିମ ସଂସ୍କାର କରାଯାଇଛି। ଅନ୍ୟ ଜଣେ ମୃତକଙ୍କ ସମ୍ପର୍କରେ ସୂଚନା ମିଳିପାରି ନାହିଁ।

By amfnews

Related Post