Mon. Sep 7th, 2026

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ

268 Views

ଯାଜପୁର, ଡିସେମ୍ବର ୮: ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଧାନ କ୍ଷେତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା କୋରାଇ ବ୍ଲକ ରହେମାନପୁର ଗାଁରେ ଏହି ଅଘଟଣ ଘଟିଛି। ମୃତକଙ୍କ ନାଁ ରବି ମଳିକ।

ସୂଚନା ଅନୁସାରେ, ଗତକାଲି ଭୋର ସମୟରେ ରବି ବିଲକୁ ଧାନ କାଟିବା ପାଇଁ ଯାଇଥିବା ବେଳେ ବିଲରେ ଛିଡ଼ି ପଡିଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଧାନ କିଆରି ମଧ୍ୟ ଜଳି ଯାଇଥିଲା। ରବିଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପଟେ ଏହି ଘଟଣାରେ ବିଦ୍ୟୁତ୍‌ ବିଭାଗର ଅବହେଳାକୁ ଲୋକେ ଦାୟୀ କରିଛନ୍ତି।

By amfnews

Related Post