Thu. Jun 11th, 2026

ବିଦ୍ୟୁତ୍‌ କର୍ମଚାରୀ-ଉପଭୋକ୍ତା ମୁହାଁମୁହିଁ

166 Views

ଉଦଳା : ବିଦ୍ୟୁତ୍‌ କାଟ୍‌କୁ ନେଇ ଉପଭୋକ୍ତା ଓ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି। ବକେୟା ବିଲ୍ ଦେଇନଥିବାରୁ ମୟୂରଭଞ୍ଜ ଉଦଳା କୁଟଲିଂ ଗାଁର କିଛି ଲୋକ ଓ ବିଦ୍ୟୁତ୍‌ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି। 

ସୂଚନା ଅନୁଯାୟୀ, ଗତକାଲି ନେସ୍କୋ କର୍ମଚାରୀ କୁଟଲିଂ ଗାଁକୁ ଯାଇ ୩୦ରୁ ଊର୍ଦ୍ଧ୍ୱ ଉପଭୋକ୍ତାଙ୍କ ବିଦ୍ୟୁତ୍‌ କାଟ କରିଥିଲେ। ଏହାପରେ ୫ ଜଣ ଉପଭୋକ୍ତା ନେସ୍କୋ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ଉପଭୋକ୍ତା ଚନ୍ଦନ ବିଶ୍ୱାଳଙ୍କ ମାଡରେ ବିଦ୍ୟୁତ୍‌ ବିଭାଗ ଜେଇ ତାପସ କୁମାର ସାହୁ ଏବଂ ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଏହାସହ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ମାଡ଼ରେ ଉପଭୋକ୍ତା ଚନ୍ଦନ ବିଶ୍ୱାଳ ମଧ୍ୟ ଗୁରୁତର ଅଛନ୍ତି। ଉଭୟ ପକ୍ଷରୁ ଉଦଳା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

By amfnews

Related Post