Wed. Sep 9th, 2026

ବିଜେପି-ଶିବସେନା ମେଣ୍ଟରୁ ଟିକେଟ ପାଇଲେ ଛୋଟା ରାଜନର ଭାଇ

228 Views

ପୁଣେ  : ଅଣ୍ଡର ୱାଲର୍ଡ ଡନ୍‌ ଛୋଟା ରାଜନର ଭାଇ ଦୀପକ ନିକାଲଜେ ଏବେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୀପକ ବିଜେପି-ଶବସେନା ପକ୍ଷରୁ ହିଁ ଟିକେଟ୍‌ ପାଇଛନ୍ତି।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ ଶିବସେନା ସହ ରିପ୍ଲବିକାନ ପାର୍ଟି ଅଫ୍‌ ଇଣ୍ଡିଆ ମଧ୍ୟ ମେଣ୍ଟ କରିଛି। ଏହି ଦଳରୁ ହିଁ ଦୀପକଙ୍କୁ ଟିକେଟ୍‌ ମିଳିଛି। ବିଜେପି ଦୀପକଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ମଧ୍ୟ କରିଥିବା ଜଣାପଡ଼ିଛି।

ବର୍ତ୍ତମାନ ଛୋଟା ରାଜନ ଜେଲରେ ରହିଛି। ହେଲେ ତା’ର ଭାଇ ଦୀପକ ମହାରାଷ୍ଟ୍ର ବିଧାନସଭାର ଫଲଟନ୍‌ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛି। ରିପ୍ଲବିକାନ ପାର୍ଟି ଅଫ୍‌ ଇଣ୍ଡିଆର ମୁଖ୍ୟ ହେଉଛନ୍ତି ରାମଦାସ ଆଠେୱାଲା। ଏବେ ସେ ମୋଦି-୨ ସରକାରରେ କେନ୍ଦ୍ରମନ୍ତ୍ରୀ ରହିଛନ୍ତି। ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ସହ ମେଣ୍ଟ କରି ଲଢ଼ୁଥିବା ଆଠେୱାଲାଙ୍କ ଦଳକୁ ୬ଟି ଆସନ ମିଳିଛି। ଏହି ଆସନ ମଧ୍ୟରୁ ଗୋଟିଏ ଦଳ ପକ୍ଷରୁ ଦୀପକଙ୍କୁ ଦିଆଯାଇଛି। ଗତଥର ମଧ୍ୟ ଦୀପକ ଚେମବୁରରୁ ପ୍ରାର୍ଥୀ ହୋଇଥିଲେ। ତେବେ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା।

By amfnews

Related Post