Mon. Sep 7th, 2026

ବିଜେପି ବିଜୟୀ ହେଲେ ମୋର ଅସୁନ୍ଦର ଚିତ୍ରଟାଏ ଆଙ୍କି ଉପହାର ଦେବ: ମମତାଙ୍କୁ ବିଦ୍ରୂପ କରି କହିଲେ ପ୍ରଧାନମନ୍ତ୍ରୀ ମୋଦି

478 Views

ନୂଆଦିଲ୍ଲୀ: ବୁଧବାର ଦିନ ପଶ୍ଚିମବଙ୍ଗର ବସିରହାଟ ଠାରେ ନିର୍ବାଚନ ପ୍ରଚାର ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଚିତ୍ରକଳା ପ୍ରତି ରୁଚି ପରିପ୍ରେକ୍ଷୀରେ କହିଛନ୍ତି: ଆପଣ ପେଣ୍ଟିଙ୍ଗ୍‌ କରି କୋଟି କୋଟି ଟଙ୍କା ମୂଲ୍ୟରେ ବିକ୍ରୟ କରୁଛନ୍ତି। ମମତା ଦିଦି ଆପଣ ମୋର ଗୋଟାଏ ବାଜେ ପେଣ୍ଟିଙ୍ଗ୍‌ କରନ୍ତୁ। ଆମେ କ୍ଷମତାକୁ ଆସିଲେ ସେଇଟିକୁ ମୋତେ ଉପହାର ଦେବେ। ମୁଁ ଆପଣଙ୍କ ବିରୋଧରେ କେସ୍‌ ଫାଇଲ୍‌ କରିବି ନାହିଁ।

ସେ ମମତାଙ୍କୁ ‘ଅସହିଷ୍ଣୁ’ ଏବଂ ସେ ଗଣତନ୍ତ୍ରର ଗଳାରୋଧ କରୁଛନ୍ତି ବୋଲି କହୁଛନ୍ତି। ଏତେ ନ ରାଗିବାକୁ ମୁଁ ଦିଦିଙ୍କୁ ଅନୁରୋଧ କରୁଛି। ଏତେ ରାଗ କାହିଁକି?ମୋଦି ପୁଣି କହିଲେ, ଚାରି ପାଞ୍ଚ ବର୍ଷ ତଳେ ଗୋଟାଏ ଟେଲିଭିଜନ କର୍ଯ୍ୟକ୍ରମରେ ଦୁଇ ଜଣ ବଙ୍ଗଭାଷୀ ଝିଅ ମମତା ବାନାର୍ଜୀଙ୍କୁ ଏ ଭଳି ଗୋଟାଏ ପ୍ରଶ୍ନ ପଚାରିଲେ ଯେ ସେ ସେମାନଙ୍କୁ ଗାଳି ଦେଇ ସାକ୍ଷାତ୍‌କାର ଛାଡ଼ି ଚାଲି ଆସିଲେ।

ଦୁଇ ଦିନ ତଳେ ମମତା ଦିଦି ଘୋଷଣା କରିଥିଲେ କି, ସେ ପ୍ରତିଶୋଧ ନେବେ। ୨୪ ଘଣ୍ଟା ମଧ୍ୟରେ ରେ ନିଜର ଆଜେଣ୍ଡା ପୂରଣ କଲେ। ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ରୋଡ୍‌ ସୋ’ରେ ଆକ୍ରମଣ ହେଲା।ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ସବୁ ସର୍ଭେ କହୁଛନ୍ତି। କିନ୍ତୁ ଦିଦି ଆପଣଙ୍କ ହତାଶା ଏବଂ ବଙ୍ଗବାସୀଙ୍କ ସମର୍ଥନ ଦେଖି ମୁଁ କହୁଛି ୩୦୦ ଆସନ ଜିଣିବାରେ ବଙ୍ଗ ଆମକୁ ସାହାଯ୍ୟ କରିବ।

By amfnews

Related Post