Sun. Jul 26th, 2026

ବିଜେପି ପତାକାରେ ଜଣେ ଲୋକ ଜୋତା ପୋଛିବାରୁ ଉତ୍ତର ପ୍ରଦେଶର ଜଉନପୁରରେ ସଂଘର୍ଷ

359 Views

ଜଉନପୁର: ରବିବାର ସକାଳେ ବିଜେପି ସମର୍ଥକମାନେ ଜଣେ ବ୍ୟକ୍ତି ଦଳୀୟ ପତାକାରେ ଜୋତା ପୋଛୁଥିବା ଦେଖିବା ପରେ ଉତ୍ତର ପ୍ରଦେଶର ଜଉନପୁର ଅନ୍ତର୍ଗତ ଶାହାଗଞ୍ଜସ୍ଥିତ ବୁଥ୍‌ ନମ୍ବର ୩୬୯ରେ ସଂଘର୍ଷ ଘଟିଛି।

ଖବର ଅନୁସାରେ, ଗୋଟାଏ ଗଛ ପାଖରେ ଦଳୀୟ ପତାକାଟିଏ ପଡ଼ିଥିଲା। ତାକୁ ଉଠାଇ ଆଣି ଜଣେ ବ୍ୟକ୍ତି ତାଙ୍କ ଜୋତା ପୋଛି ପକାଇଲେ। ଜଣେ ବିଜେପି ସମର୍ଥକ ତାହା ଦେଖି ତାଙ୍କୁ ଗାଳିଫଜିତ କଲେ।

ବିଜେପି ସମର୍ଥକମାନେ ଏକତ୍ର ହୋଇ ତାଙ୍କୁ ମାରିବାକୁ ଘେରି ଆସିବାରୁ ଅନ୍ୟମାନେ ମଧ୍ୟ ଏହି ଗଣ୍ଡଗୋଳରେ ଯୋଗ ଦେଲେ। ଫଳରେ ଉତ୍ତ୍ୟକ୍ତ ଜନତାଙ୍କୁ ଘଟଣାସ୍ଥଳରୁ ହଟାଇବାକୁ ପୁଲିସ ଲାଠି ଚାର୍ଜ କରିଥିଲା।ସମ୍ପୃକ୍ତ ପୋଲିଙ୍ଗ୍‌ ଷ୍ଟେସନ୍‌ରେ ଭୋଟ୍‌ ଗ୍ରହଣରେ ଅସୁବିଧା ହୋଇ ନାହିଁ।

By amfnews

Related Post