Thu. Sep 3rd, 2026

‘ବିଜେପି ଦେଶକୁ ୩ଜଣ ମୋଦିଙ୍କୁ ଦେଇଛି; ନିରବ ମୋଦି, ଲଳିତ ମୋଦି ଏବଂ ତୃତୀୟ ଅମ୍ବାନୀଙ୍କ କୋଳରେ ବସିଥିବା ନରେନ୍ଦ୍ର ମୋଦି’: ସିଦ୍ଧୁ

392 Views

କୋଟା (ରାଜସ୍ଥାନ): କଂଗ୍ରେସ ନେତା ପଞ୍ଜାବ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ନବଜୋତ ସିଂହ ସିଦ୍ଧୁ ଆଜି ରାଜସ୍ଥାନରେ ଦଳ ପାଇଁ ନିର୍ବାଚନ ପ୍ରଚାର କରିବା ଅବସରରେ ଭାରତୀୟ ଚନତା ପାର୍ଟି (ବିଜେପି) ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କଟୁ ସମାଲୋଚନା କରିଛନ୍ତି।

ରାଜସ୍ଥାନର କୋଟାରେ ଆୟୋଜିତ ଏକ ନିର୍ବାଚନ ର‍୍ୟାଲିରେ ଉଦ୍‌ବୋଧନ ଦେବା ଅବସରରେ କଟାକ୍ଷ କରିବାକୁ ଯାଇ କହିଛନ୍ତି ଯେ କଂଗ୍ରେସ ଦେଶକୁ ଓ ଦେଶବାସୀଙ୍କୁ ଚାରି ଜଣ ଗାନ୍ଧୀଙ୍କୁ ଦେଇଛି। ସେମାନେ ହେଲେ; ରାଜୀବ ଗାନ୍ଧୀ, ଇନ୍ଦିରା ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ। ସେହିପରି ବିଜେପି ଦେଶବାସୀଙ୍କୁ ତିନି ଜଣ ମୋଦିଙ୍କୁ ମଧ୍ୟ ଦେଇଛି। ପ୍ରଥମ ମୋଦି ଜଣଙ୍କ ନିରବ ମୋଦି ହୋଇଥିବା ବେଳେ ଦ୍ୱିତୀୟ ଜଣଙ୍କ ହେଉଛନ୍ତି ଲଳିତ ମୋଦି। ଆଉ ତୃତୀୟ ମୋଦି ଜଣଙ୍କ ହେଉଛନ୍ତି ନରେନ୍ଦ୍ର ମୋଦି ଯିଏକି ବସିଛନ୍ତି ଅମ୍ବାନୀଙ୍କ କୋଳରେ। ଗତକାଲି ସିଦ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ‘ଚୌକିଦାରଙ୍କ କୁକୁର ବି ଚୋର’ କହି କଟାକ୍ଷ କରିଥିବା ବେଳେ ଆଜି ତିନି ମୋଦି କଥା କହି କରିଛନ୍ତି କଟାକ୍ଷ।

By amfnews

Related Post