Thu. Jun 11th, 2026

ବିଜେପିର ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କର୍ମୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହାଙ୍କ ବାର୍ତ୍ତା

373 Views

ନୂଆଦିଲ୍ଲୀ: ଏପ୍ରିଲ୍‌ ୬ ତାରିଖ ଶନିବାର ଦିନ ଭାରତୀୟ ଜନତା ପାର୍ଟି ତା’ର ୩୯ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ଅବସରରେ ଦଳର ଅଧ୍ୟକ୍ଷ ଅମିତ ଶାହା କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ୟାମା ପ୍ରସାଦ ମୁଖାର୍ଜୀ, ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଅଡ଼ଓ୍ଵାନୀ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଳି ନେତାଙ୍କ ଫଟୋ ପୋଷ୍ଟ୍‍ କରି ସେ ଟୁଇଟ୍‌ କରି କହିଛନ୍ତି ତ୍ୟାଗ ସହିଥିବା ନେତାଙ୍କ ପ୍ରତି ଦଳ କୃତଜ୍ଞ।

ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରିଛନ୍ତି: ସମାଜ ସେବା ଓ ଦେଶକୁ ନୂତନ ଶିଖରକୁ ନେବା ଲାଗି ଦୃଢ଼ ପ୍ରତିବଦ୍ଧତା ନେଇ ୩୯ ବର୍ଷ ତଳେ ଆଜିର ଦିନରେ ଭାରତ ପାଇଁ ବିଜେପି ଜନ୍ମିଥିଲା। ଆମର କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ, ବିଜେପି ଭାରତର ପସନ୍ଦର ଦଳ ହୋଇ ପାରିଛି। ଦଳର ସ୍ଥାପନା ଦିବସରେ ବିଜେପି ପରିବାରକୁ ଅଭିନନ୍ଦନ।ଶାହା ହିନ୍ଦୀରେ ପୋଷ୍ଟ୍‍ କରିଥିବା ଟୁଇଟ୍‌ରେ ଲେଖା ଅଛି: ବିଜେପି କର୍ମୀମାନେ ଦଳକୁ ସେମାନଙ୍କ ନିଜ ପରିବାର ଜ୍ଞାନ କରନ୍ତି। ସଂଗଠନର ବିକାଶ ଏବଂ ଏଇ ନେତାମାନଙ୍କ ତ୍ୟାଗ ଯୋଗୁଁ ତା’ର ରାଜନୈତିକ ସୌର୍ଯ୍ୟ ସମ୍ଭବପର ହୋଇଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ‘ସଶକ୍ତ ବିଜେପି, ସଶକ୍ତ ଭାରତ’ ଏହି ସନ୍ଧିକ୍ଷଣରେ ଅଧିକ କଠୋର ପରିଶ୍ରମ କରିବାକୁ ସେ ଦଳୀୟ କର୍ମୀମାନଙ୍କୁ ପରବର୍ତ୍ତୀ ଟୁଇଟ୍‌ରେ କହିଛନ୍ତି।୧୯୮୦ ମସିହାରେ ବିଜେପି ଆନୁଷ୍ଠାନିକ ଭାବେ ସ୍ଥାପିତ ହୋଇଥିଲା।୧୯୫୧ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଦ୍ୱାରା ଗଠିତ ଭାରତୀୟ ଜନ ସଂଘରୁ ବିଜେପିର ସୃଷ୍ଟି।

By amfnews

Related Post