Fri. Jul 3rd, 2026

ବିଗ୍ ବସ୍ ପ୍ରଶଂସକଙ୍କ ପାଇଁ ବଡ଼ ଖବର

204 Views

ମୁମ୍ବାଇ: ଆରମ୍ଭ ହେବା ଦିନଠାରୁ ଚର୍ଚ୍ଚାରେ ରହିଛି ରିୟାଲିଟି ସୋ’ ବିଗ୍ ବସ୍-୧୩। ପ୍ରଥମେ ସୋ’ରେ ଅଶ୍ଲୀଳତା ଦେଖାଯାଉଥିବା ନେଇ କିଛି ଲୋକ ଏହାକୁ ବନ୍ଦ କରିବା ପାଇଁ ଅଭିଯାନ ଆରମ୍ଭ କରିଥିବା ବେଳେ ଏବେ ଏହି ସୋ’ ଟିଆରପି ସୂଚୀରେ ରାଜ୍ କରୁଛି। ଗୋଟିଏ  ଫାଇନାଲ ଶେଷ ହୋଇ ସାରିଥିବା ବେଳେ ଆଗକୁ ଆଉ ଏକ ଫାଇନାଲ ହେବ ବୋଲି ଜଣା ପଡ଼ିଛି। ତେ‌ବେ ପୂର୍ବରୁ ସୋ’ ଜାନୁଆରିରେ ଶେଷ ହେବ ବୋଲି ଜଣା ପଡ଼ିଥିବା ବେଳେ ଲୋକପ୍ରିୟତାକୁ ଦେଖି ସୋ’ର ନିର୍ମାତା ଏହାର ଅବଧିକୁ ୩-୪ସପ୍ତାହ ବଢ଼ାଇବେ ବୋଲି ଚର୍ଚ୍ଚା ହେଉଛି।

Related image
ସ୍ପଟବଏର ରିପୋର୍ଟ ମୁତାବକ, ବିଗ୍ ବସର ପ୍ରଶଂସକଙ୍କ ପାଇଁ ନିର୍ମାତା ବଡ଼ ଯୋଜନା କରିଛନ୍ତି। ଲୋକପ୍ରିୟତାକୁ ଦେଖି ସୋ’ର ଅବଧିକୁ ୩-୪ସପ୍ତାହ ବଢ଼ାଇବା ପାଇଁ ନିର୍ମାତା ଯୋଜନା କରୁଥିବା ଜଣା ପଡ଼ିଛି। ଯଦି ଏଭଳି ହୁଏ ତେବେ ସୋ’ର ଫାଇନାଲ ଜାନୁଆରିରେ ନ ହୋଇ ଫେବୃଆରିରେ ହେବ। ସୋ’ରେ ଚାଲୁଥିବା ହାଇଭୋଲଟେଜ୍ ଡ୍ରାମା ପାଇଁ ଏହାର ଟିଆରପିକୁ ଦେଖି ନିର୍ମାତା ଏଭଳି ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି।

By amfnews

Related Post